ବ୍ରାହ୍ମଣ ସମାଜର କର୍ମକର୍ତ୍ତା ଚୟନ

0 2

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ସହରରେ ଦୀର୍ଘବର୍ଷ ଧରି ବସବାସ କରୁଥିବା ବ୍ରାହ୍ମଣ ପରିବାରଙ୍କୁ ନେଇ ଏକ ବ୍ରାହ୍ମଣ ସମାଜ ଗଠିତ ହୋଇଯାଇଛି।
ଏହି ପରିପେକ୍ଷୀରେ ବରିଷ୍ଠ ଓକିଲ ସନ୍ତୋଷ କୁମାର ପାଢ଼ୀଙ୍କ ଆବାହାନରେ ସ୍ଥାନୀୟ ହନୁମାନ ମନ୍ଦିର ପରିସରରେ ପୁରୋହିତ ଶିବ ଶଙ୍କର ପଣ୍ଡା ସଙ୍କଟ ମୋଚନଙ୍କୁ ଆରାଧନା କରି ଧୂପ , ଦୀପ , ନୈବେଦ୍ୟ ଓ ମନ୍ତ୍ର ଉଚ୍ଚାରଣ କରି ପୂଜାପାଠ କରାଯିବା ପରେ ୨ଶହରୁ ଉର୍ଦ୍ଧ୍ଵ ବ୍ରାହ୍ମଣ ବ୍ୟକ୍ତିଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଥିଲା।
ସଭାରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ବ୍ରାହ୍ମଣ ସମାଜ ଗଠନ କରିବାର ଆବଶ୍ୟକତା , ଲକ୍ଷ୍ୟ , ଉଦ୍ଦେଶ୍ୟ ଓ ଶୃଙ୍ଖଳିତ ସୁଚିନ୍ତାଧାରାକୁ ନେଇ ମତବ୍ୟକ୍ତ କରିଥିଲେ। ଏ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା ପରେ ସମସ୍ତଙ୍କ ଉପସ୍ଥିତିରେ ସର୍ବସମ୍ମତି କ୍ରମେ ସମାଜ ପାଇଁ ଏକ ପରିଚାଳନା କମିଟି ଚୟନ କରାଯାଇଥିଲା।
ଏହି କମିଟିରେ ସଭାପତି ଭାବେ ବରିଷ୍ଠ ଶିକ୍ଷାବିତ ରମେଶ ଚନ୍ଦ୍ର ମହାପାତ୍ର ମନୋନୀତ ହୋଇଥିବା ବେଳେ ଉପସଭାପତି ବିଶିଷ୍ଟ ବ୍ୟବସାୟୀ ସତ୍ୟନାରାୟଣ ପତି , ସମ୍ପାଦକ ବରିଷ୍ଠ ଓକିଲ ସନ୍ତୋଷ କୁମାର ପାଢୀ , ଯୁଗ୍ମ ସମ୍ପାଦକ ସମାଜସେବୀ ମନ୍ମଥ ମିଶ୍ର , ସଙ୍ଗଠନ ସମ୍ପାଦକ ବରିଷ୍ଠ ପ୍ରଧାନ ଶିକ୍ଷକ ଗଗନ କୁମାର ଦାଶ , କୋଷାଧ୍ଯକ୍ଷ ଗୁରୁଜୀ ସୁଧାଂଶୁ ଶେଖର ପାଣିଗ୍ରାହୀ , ସ୍ୱତନ୍ତ୍ର ପ୍ରତିନିଧି ବରିଷ୍ଠ ଶିକ୍ଷାବିତ ମଧୁସୂଦନ ପାଢୀ , ଉପଦେଷ୍ଟା ମଣ୍ଡଳୀରେ ପୁରୋହିତ ଶିବ ଶଙ୍କର ପଣ୍ଡା , ପଣ୍ଡିତ ରାଜେନ୍ଦ୍ର ପ୍ରସାଦ ସାହୁ , ରଘୁନାଥ ସୁଆର , ରବିନ୍ଦ୍ର କୁମାର ଦାଶ , ଭୂବନ ନାୟକ ଓ ଗଣମାଧ୍ଯମ ସଂଯୋଜକ ଭାବେ ବରିଷ୍ଠ ସାମ୍ବାଦିକ ପଞ୍ଚାନନ ଦାଶ , ଅଂଶୁମାନ ପଣ୍ଡା ସର୍ବସମ୍ମତି କ୍ରମେ ଚୟନ ହୋଇଥିଲେ।
ଏହାପରେ ପରିଚାଳନା କମିଟିର କର୍ମକର୍ତ୍ତାଙ୍କୁ ନେଇ ସଭାପତି ଏକ ବୈଠକ କରିଥିଲେ। ସେଥିରେ ନିତୀ ନିର୍ଦ୍ଧାରଣ କରାଯିବା ସହ ଆସନ୍ତା ମାସ ୬ ତାରିଖରେ ସଦସ୍ୟମାନଙ୍କ ଉପସ୍ଥିତିରେ ଆଉ ଏକ ବୈଠକ କରାଯିବାକୁ ସ୍ଥିର ହୋଇଥିଲା।

Leave A Reply

Your email address will not be published.