ଛି…..ଛି……ଛି …….ଛି ……

0

.ନାବାଳିକା କୁ ଅପହରଣ ପରେ ବଳତ୍କାର ଅଭିଯୁକ୍ତ ଗିରଫ ।

  ବରଗଡ/ଗୌରାଙ୍ଗ ଚରଣ ଦାଶ  :- ପାଇକମାଲ ଥାନାରେ ଆଜି ରଂଜିତପୁର ର ଜଣେ ( ନାମ ଗୋପନ ରଖାଯାଇଛି )ବ୍ୟକ୍ତି ଥାନାକୁ ଆସି ଅଭିଯୋଗ କରିଥିଲେ ଯେ ଗତ କାଲି 31 , 08 ଶୁକ୍ରବାର ପାଇକମାଲ ବ୍ଲକ ଟେମରି ଗ୍ରାମର ରଞ୍ଜିତ ବନଛୋର (20) ତାଙ୍କର ନାବାଳିକା ଝିଅକୁ ଘରୁ ଡାକି ଅପହରଣ କରି ଟେମରି ନେଇଯାଇଥିଲେ। କୋଣସି ସୂତ୍ରରୁ ଝିଅ ର ବାପା ଏକଥା ଜାଣିବା ପରେ ନିଜର କିଛି ଲୋକଙ୍କ ସାଙ୍ଗରେ ଟେମରି ଯାଇ ଉକ୍ତ ଯୁବକ ର ଘରୁ ଆଜି ସକାଳେ ନିଜ ଝିଅକୁ ଉଦ୍ଧର କରି ପାଇକମାଲ ଥାନାରେ ଆସି ଅଭିଯୋଗ କରିଥିଲେ।। 

            ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଘଟଣା ବିଷୟରେ ଜାଣିବା ପରେ ତୁରନ୍ତ ରଞ୍ଜିତ କୁ ଠାବ କରି ଥାନାକୁ ଆଣିଥିଲେ ଓ ଥାନାରେ ରଞ୍ଜିତ  ପଚାରି ପୁଚିରି କରିବାରୁ ଜଣ ପଡିଲ ଯେ  ଉକ୍ତ ନାବାଳିକା ଝିଅଟି ପାଇକମାଲ ର ଏକସ୍କୁଲ ରେ 7 ଶ୍ରେଣୀରେ ପାଠ ପଢୁଥିଲା । ରଞ୍ଜିତ ମଧ୍ୟ ପାଇକମାଲ ର ଏକ କପଡା ଦୋକାନ ରେ କାମ କରୁଥିଲା । ଗତ କିଛି ମାସ ହେଲା ଏହି ଝିଅ ସହିତ ରଞ୍ଜିତ ର ସମ୍ପର୍କ ଗଢି ଉଠିଥିଲା। ଗତକାଲି ଝିଅ ର ଘରେ କେହିନଥିବା ସମୟରେ ରଞ୍ଜିତ ଝିଅ ର ଘରେ ପହଂଚି ଝିଅକୁ ଧରି ଚମ୍ପଟ ହେଇଯାଇଥିଲା। ଝିଅ କୁ ଧରି ଟେମରି ଯାଉଥିବା ସମୟରେ ଏକ ନିଛାଟିଆ ଜାଗାରେ ଝିଅ ସହିତ ଦୁଷ୍କର୍ମ ମଧ୍ୟ କରିଥିବା ରଞ୍ଜିତ ସ୍ୱୀକାର କରିଛି। 

          ପାଇକମାଲ ଥାନାରେ ଜେଶ ନ 135/Dt 2018 ଧାରା363 ଓ 376 ଓ 6 ପକସୋ  act ରେ ମାମଲା   ରୁଜୁ କରି ଥାନା ଅଧିକାରୀ ଶ୍ରୀ ମାନବୋଧ ଅଭିଯୁକ୍ତ ରଞ୍ଜିତ କୁ ଡାକ୍ତରୀ ପରୀକ୍ଷା ପାଇଁ ପଦ୍ମପୁର କୁ ପଠାଇଥିବା ଜଣାପଡିଛି। ଡାକ୍ତରୀ ପରୀକ୍ଷା ପରେ ଅଭିଯୁକ୍ତ କୁ ବିଚାରପତିଙ୍କର ନିକଟରେ ହାଜର କରାଯିବ। ଏପଟେ ପୀଡିତ ଝିଅ ର ଡାକ୍ତରୀ ପରୀକ୍ଷଣ ମଧ୍ୟ ଆସନ୍ତା କାଲି ବରଗଡ ରେ କରାଯିବ ବୋଲି ଜଣା ପଡ଼ିଛି । ଥାନା ଅଧିକାରୀ ଙ୍କର ତତ୍ପରତା ଫଳରେ ଖୁବଶୀଘ୍ର ଦୋଷୀ କୁ ଧରାଯାଇ ପାରିଥିବା ନିଶ୍ଚିତ ଭାବରେ ପ୍ରଶଂସନୀୟ।

Leave A Reply

Your email address will not be published.