(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ପଟାମୁଣ୍ଡାଇ କେନାଲ ଟି ଭାଙ୍ଗିଯିବା ଫଳରେ ବଡ଼ଧରଣର ଘାଇ ସୃଷ୍ଟି ହୋଇଛି । କଟକ ଜିଲ୍ଲା ମାହାଙ୍ଗା ବ୍ଳକ ପଟ୍ଟାମୁଣ୍ଡାଇ କେନାଲ ତ୍ରିବେଣୀଶ୍ୱର ଠାରେ ୮୦ ଫୁଟ ରୁ ଉର୍ଦ୍ଧ ଘାଇ ହୋଇ ୫ ବଖରା ଦୋକାନ ଘର ଭାସିଯାଇଥିବା ବେଳେ ଗମନାଗମନ ରେ ବ୍ୟାପକ ଅସୁବିଧା ସୃଷ୍ଟି ହୋଇଛି l ଭାଙ୍ଗି ଯାଇଥିବା ଦୋକାନ ଘର ବିରୂପା ନଦୀକୁ ଭାସି ଯାଇଛି। ଯାତାୟାତ ଠପ ହୋଇଯାଇଛି । ଏହି ରାସ୍ତାଟି ମୁଖ୍ୟରାସ୍ତା ହୋଇଥିବାରୁ ଲୋକେ ନାହିଁନଥିବାର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଘଟଣା ସ୍ତଲରେ ପ୍ରଶାସନ ପହଂଚି ଥିବାବେଳେ ପ୍ରଥମେ କେନାଲର ପାଣିକୁ କମାଯାଇଛି। କିଭଳି କେଉଁ କାରଣ ପାଇଁ କେନାଲ ଭାଙ୍ଗିଛି ଯାହାଫଳ ରେ ଘାଇ ସୃଷ୍ଟି ହୋଇଛି ତାହାର ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି। ତେବେ ରାତିରେ କୌଣସି ଘଟଣା ଘଟିନଥିବା ବେଳେ ସକାଳୁ ସକାଳୁ ଲୋକେ ଆସି ଦେଖନ୍ତି ଏଭଳି ସ୍ଥିତି ତେବେ ଏହାକୁ କିଏ କରିଛି ନାଁ କିପରି ଏହା ଘଟିଛି ଏହାକୁ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋକାନୀ ବ୍ୟବସାୟୀ ମାନଙ୍କୁ ସରକାରୀ ସୁବିଧା ଯୋଗାଇଦେବା ନିମନ୍ତେ ଦାବି ହୋଇଛି l
Sign in
Sign in
Recover your password.
A password will be e-mailed to you.