ଭୁବନେଶ୍ୱର,: ଅମଲା ସଂଘର ଆନ୍ଦୋଳନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଉକ୍ତି ରଖିଛନ୍ତି, ତାହା ହାସ୍ୟାସ୍ପଦ ଏବଂ ତାଙ୍କର ଦୋମୁହାଁ ନୀତିକୁ ପଦାରେ ପକାଉଛି । ବିଗତ ସାଢେ଼ ୪ବର୍ଷ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କାରେ ପହଞ୍ଚାଇଥିବାର ବିରଳ ଦକ୍ଷତା ଦେଖାଇଛନ୍ତି । ଡିଜେଲ୍ ଏବଂ ପେଟ୍ରୋଲର ଚଢ଼ା ଦର ଯୋଗୁ ଓଡ଼ିଶା ଏବଂ ଭାରତବର୍ଷର ଜନସାଧାରଣଙ୍କ ପ୍ରତି ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ତା’ର ସମାଧାନ ନବାହାର କରି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ଭ୍ରମଣ କରି କୁମ୍ଭୀର କାନ୍ଦଣା କାନ୍ଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ । ନିଜର କାର୍ଯ୍ୟ ପ୍ରତି ଧ୍ୟାନ ନଦେଇ ଅନ୍ୟ କାର୍ଯ୍ୟରେ ମାତ୍ରାଧିକ ହସ୍ତକ୍ଷେପ କରିବା କେନ୍ଦ୍ରମନ୍ତ୍ରୀଙ୍କର ଅଭ୍ୟାସଗତ ତ୍ରୁଟିରେ ପରିଣତ ହୋଇଗଲାଣି । ମହାନଦୀ, ପୋଲାଭରମ୍ କିମ୍ବା ଛତିଶଗଡ଼ ଯୋଗୁ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା କ୍ଷେତ୍ରରେ ଧର୍ମେନ୍ଦ୍ର ପ୍ରଧାନ ମୌନ ରୁହନ୍ତି କିମ୍ବା ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କୁ ସୁହାଇଲା ଭଳି ମତ ରଖନ୍ତି । ଦିଲ୍ଲୀ ଏବଂ ଛତିଶଗଡ଼ରେ ନିରବ ରହୁଥିବା ଶ୍ରୀ ପ୍ରଧାନ କିନ୍ତୁ ଓଡ଼ିଶାରେ କୁମ୍ଭୀର କାନ୍ଦଣା କାନ୍ଦନ୍ତି । ଏହା ହିଁ ହେଉଛନ୍ତି ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କ ଆଦର୍ଶ ଓ ନୀତି ବୋଲି ଆଜି ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.