ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ପଞ୍ଚାୟତ ଗସ୍ତ କରି ମହାପ୍ରଭୁ ଙ୍କ ଆଶୀର୍ବାଦ କାମନା କଲେ

0

ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଲୋକଙ୍କ ନିକଟରେ ପହଂଚି ସୁଖ ଦୁଃଖ ବୁଝିଲେ l

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ) ସୁଖ ଦୁଃଖ ର ସାଥି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ 27 ନଂ ଜୋନ ଅଞ୍ଚଳର ବିଭିନ୍ନ ଗ୍ରାମ ପଞ୍ଚାୟତ ଗ୍ରସ୍ତ କରି ଶାରୀରିକ କ୍ଷେତ୍ରରେ ଅସୁସ୍ଥ ହୋଇ ଘରେ ଚିକିତ୍ସିତ ଅବସ୍ଥାରେ ରହିଥିବା ବ୍ୟକ୍ତି ଙ୍କ ପରିବାର ନିକଟରେ ପହଁଚି ଆଶୁ ଆରୋଗ୍ୟ କାମନା କରିବା ସହିତ ତାଙ୍କୁ ଆର୍ଥିକ ସହାୟତାର ହାତ ବଢ଼ାଇଥିଲେ l ତେବେ ଏଭଳି ଦୁଃଖଦ ସମୟରେ ସୁଖ ଦୁଃଖର ସାଥି ପାଲଟି ଚିକିତ୍ସିତ ଅବସ୍ଥାରେ ରହିଥିବା ପରିବାର ନିକଟରେ ବିଧାୟକ ଶ୍ରୀ ଜେନା ପହଂଚିପାରିଥିବାରୁ ଏହାକୁ 27 ନଂ ଅଂଚଳବାସୀ ସାଧୁବାଦ ଜଣାଇଥିଲେ l ପରେ ପରେ ବିଧାୟକ ଶ୍ରୀ ଜେନା ୨୭ନମ୍ବର ଜୋନ୍ ର ବିଭିନ୍ନ ପଞ୍ଚାୟତ ଗସ୍ତ କରି ଜନସାଧାରଣଙ୍କ ସୁଖ ଦୁଃଖ ରେ ନିଜକୁ ସାମିଲ କରିଥିଲେ। ଅପରପକ୍ଷରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଜେନା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବନ୍ଧକାଟିଆ ଗ୍ରାମ ପଞ୍ଚାୟତ ଫତେପୁର ଗ୍ରାମରେ ନବନିର୍ମିତ ମା ବନଦୂର୍ଗା ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ପହଂଚିଥିଲେ ଏବଂ ମସ୍ତରାମଠ ଜଗନ୍ନାଥଙ୍କ ମନ୍ଦିର ରେ ପହଞ୍ଚି ମହାପ୍ରଭୁ ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରି ସମାଜର ମଙ୍ଗଳ ପାଇଁ ପୂଜାର୍ଚନା କରିଥିଲେ l ବିଧାୟକ ଶ୍ରୀ ଜେନାଙ୍କ ସହ ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର, ଜିଲ୍ଲା ପରିଷଦ ଭୁପତିଭୁଷଣ ଷଣ୍ଡ, ସରପଞ୍ଚ ପ୍ରଦୀପ୍ତ ପରିଡା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ସମାଜସେବୀ ବ୍ରଜମୋହନ ପଣ୍ଡା, ଅନିଲ ଭୁୟାଁ, ଯୁବନେତା ପ୍ରମୋଦ ସ୍ୱାଇଁ, ବ୍ଲକ ବିଜୁ ଯୁବ ସଭାପତି ଜ୍ଞାନରଞ୍ଜନ ରାଉତ, ଛାତ୍ର ସଭାପତି ସୁଶାନ୍ତ ନାୟକ ଙ୍କ ସମେତ ସ୍ଥାନୀୟ ଅଂଚଳର ବହୁ ପୂଜକ, ବିଜୁ ଜନତା ଦଳ କର୍ମୀ ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ l

Leave A Reply

Your email address will not be published.