ନବରଙ୍ଗପୁର / ଅଶୋକ ସାହୁ: ନବରଙ୍ଗପୁର ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମ କମିଟି ର ଆବାହକ ଗଣେଶ ଦାଶ ଙ୍କ ନେତୃତ୍ୱରେ ଗୋଟିଏ ପ୍ରତିନିଧି ଦଳ ନବରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ପାଞ୍ଚଶହ ଶଯ୍ୟା ବିଶିଷ୍ଟ ପୁରୁଷ ଓ ମହିଳା ଦୁଇଟି ହଷ୍ଟେଲ ନିର୍ମାଣ କରିବା ପାଇଁ ଓଡ଼ିଶା ସରକାର ଙ୍କ ମାନ୍ୟବର ଆଇନ, ଆଦିବାସୀ ଉନ୍ନୟନ ଓ ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କ ସହିତ ଆଲୋଚନା କରି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ନବରଙ୍ଗପୁର ମହାବିଦ୍ୟାଳୟ ଜିଲ୍ଲାର ସର୍ବ ପୁରାତନ ଶିକ୍ଷା ଅନୁଷ୍ଠାନ ହୋଇଥିବା ବେଳେ ଏଠାର ପ୍ରାୟ ଅଶି ପ୍ରତିଶତ ଛାତ୍ର ଛାତ୍ରୀ ଆଦିବାସୀ । ଏହି ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରାନ୍ତରୁ ଆସି ଅଧ୍ୟୟନ କରି ହଷ୍ଟେଲରେ ରହିବା ପାଇଁ ପସନ୍ଦ କରିଥାନ୍ତି। ଆବଶ୍ୟକ ଅନୁସାରେ ହଷ୍ଟେଲ ରେ ରହିବା ସୁବିଧା ନ ଥିବାରୁ ବାଧ୍ୟ ହୋଇ ଉଚ୍ଚ ଦରରେ ଘର ଭଡ଼ା ଦେଇ ଅର୍ଥିକ ସମସ୍ୟାରେ ସମ୍ମୁଖୀନ ହେଇଛନ୍ତି। ତାହା ସହିତ ମାନ୍ୟବର ମନ୍ତ୍ରୀଙ୍କୁ ସୁବର୍ଣ୍ଣ ଜୟନ୍ତୀ ମୂଖ୍ୟ କାର୍ଯ୍ୟକ୍ରମ ର ଅତିଥି ହେବା ପାଇଁ କମିଟି ତରଫରୁ ଅନୁରୋଧ କରିଯାଇଛି । ଏହି ଆଲୋଚନା ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାସ୍କର ନାଥ ବିଶ୍ଵାଳ, ସମ୍ପାଦିକା ସଙ୍ଗୀତା ତ୍ରିପାଠୀ, ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, କିଶୋର ପଟ୍ଟନାୟକ, ଉପ-ସଭାପତି ୱାଇ. ପ୍ରଭାକର ପାତ୍ର, ଆଶିଷ ରଞ୍ଜନ ପଟନାୟକ,ସରୋଜ ପାତ୍ର, ପ୍ରମୋଦ କୁମାର ରଥ, କୋଷାଧ୍ୟକ୍ଷା ସ୍ଵର୍ଣ୍ଣ ଲତା ପଟ୍ଟନାୟକ, ଜଗନ୍ନାଥ ବାଗ, ରବି ଶତପଥି, ଶିବ ଶଙ୍କର ତ୍ରିପାଠୀ, ସୁମିତ ପାଳ, ସୁନିଲ ସାହୁ, ବିବେକ ଚୌଧୁରୀ, ସୁମିତ ପୂଜାରୀ,ଅରୁଣ ମିଶ୍ର, ଦୟା ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.