ଝଲସି ଉଠିବ ଶୈବପୀଠ ଦେବଦର୍ହା ।

0

 ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଚର୍ଦାପାଳି ଦେବଦର୍ହା ଶୈବପୀଠ ର ଉନ୍ନତି ହେବା ନେଇ ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି।ଆସନ୍ତା ଶନିବାର ଦିନ ପଦ୍ମପୁର ର  ରାଜବୋଡାସମ୍ବର ହାଇସ୍କୁଲ ଖେଳ ପଡିଆ ଠାରେ ହେବାକୁ ଥିବା ଜନ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ  ଯୋଗଦେଇ ପଦ୍ମପୁର ଅଂଚଳର ଉନତ୍ତିକରଣ ସକାଶେ ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ।ସେହି ପ୍ରକଳ୍ପ ମଧ୍ୟରେ ଦେବଦର୍ହା ର ଉନ୍ନତିକରଣ ମଧ୍ୟ ସାମିଲ ଥିବା ଜଣା ପଡ଼ିଛି । ଏହି ଶୈବପୀଠ ଦେବଦର୍ହା ର ଉନ୍ନତିକରଣ ସକାଶେ ପ୍ରାୟ ତିନି କୋଟିରୁ ଉଧ୍ବ  ଟଙ୍କା ବ୍ୟୟବରାଦ ରହିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ସ୍ଥଳ ର ଉନ୍ନତିକରଣ ଅଂଚଳର ବିକାଶ ରେ ସହାୟକ ହେବ।

Leave A Reply

Your email address will not be published.