ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ଦଶମ ଶ୍ରେଣୀ ଛାତ୍ର ମାନଙ୍କୁ ନେଇ “ପ୍ରୟାସ – ୩୦” ମେଧା ଛାତ୍ର ଗ୍ରୁପ ଗଠିତ ହୋଇଛି। ଏହି ଛାତ୍ର ମାନଙ୍କ ଶୈକ୍ଷିକ ବିକାଶ ତଥା ଆଗାମୀ ୨୦୨୨-୨୩ ରେ ଅନୁଷ୍ଠିତ ହେବାକୁ ଥିବା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମ୍ୟାଟ୍ରିକ ପରୀକ୍ଷାରେରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ପ୍ରସ୍ତୁତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ପ୍ରତିଦିନ ଅତିରିକ୍ତ ଏକ ଘଣ୍ଟା ଅଧିକ ପାଠ ପଢାଇବା ସହ ପରୀକ୍ଷା ସମ୍ବନ୍ଧିତ ଆଲୋଚନାଚକ୍ର ଓ କର୍ମଶାଳା ଆୟୋଜନ କରି ସେମାନଙ୍କର ବୌଦ୍ଧିକ ଓ ମାନସିକ ବିକାଶ ପାଇଁ ପ୍ରୟାସ କରାଯିବା ନିମନ୍ତେ ସ୍ଥିର କରାଯାଇଛି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିସରରେ ମହାରାଜା ଶ୍ରୀ ଗୌରଚନ୍ଦ୍ର ଗଜପତି ସଭାକକ୍ଷ ଠାରେ ଛାତ୍ର ମାନଙ୍କର ଅଭିଭାବକ ଓ ପିତାମାତା ମାନଙ୍କ ସହ ପ୍ରଧାନ ଶିକ୍ଷକ ଶ୍ରୀ ୱାଇ ଧର୍ମାରାଓ ନେତୃତ୍ୱରେ ଆଲୋଚନା କରାଯାଇଥିଲା। ଅଭିଭାବକ ମାନେ ମଧ୍ୟ ଏହି କ୍ଷେତ୍ରରେ ସେମାନଙ୍କ ସନ୍ତାନ ମାନଙ୍କ ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଗୋଟିଏ ସ୍ଵତନ୍ତ୍ର ଗ୍ରୁପ ତିଆରି କରି ଏହି ମେଧାବୀ ଛାତ୍ର ମାନଙ୍କୁ ଶିକ୍ଷାଦାନର ବ୍ୟବସ୍ଥା ସହ ବିଭିନ୍ନ ପ୍ରସଙ୍ଗରେ ସମୟ ସମୟରେ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ସୁଲତା ସୁଭଦର୍ଶିନୀଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମକୁ ଚଳାଇବା ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ ନିମନ୍ତେ ନିର୍ଭରଯୋଗ୍ୟ ପ୍ରତିଶୃତି ପ୍ରଦାନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
Next Post