ବିଦ୍ୟୁତ ସଂସ୍ପର୍ଶରେ ବ୍ୟବସାୟୀଙ୍କ ମୃତ୍ୟୁ

0

ଭଞ୍ଜନଗର. ବେଲଗୁଣ୍ଠା ଥାନା ଜି. ନୂଆଗାଁ ନୂଆ ସାହିର ମୁରଲୀଧର ପରିଡା (୪୨)ଙ୍କର ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଜଣାପଡିଛି।ମୁରଲୀ ଗତ ଚାରି ବର୍ଷ ହେଲା ଏହି ଗ୍ରାମ ଭଗବତ ମନ୍ଦିର ଜମିରେ ଗୁଡ଼ି ଓ ବାଲି ବ୍ୟବସାୟ କରି ଆସୁଥିଲେ।ଦୋକାନ ଉପରେ ଏକ ୧୧କେଭି ବିଦ୍ୟୁତ ତାର ଦୀର୍ଘ ଦିନ ହେଲା କମ ଉଚ୍ଚରେ ଓହଳି ରହିଥିଲା।ଏହାକୁ ହଟାଇବାକୁ ବାରମ୍ବାର ବିଦ୍ୟୁତ ବିଭାଗକୁ ଅବଗତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ତାର ମାଆ କୁନ୍ତଳା ପରିଡା ଅଭିଯୋଗ କରିଛନ୍ତି।ଯାହାଫଳରେ ଆଜି ସନ୍ଧ୍ୟା ୬ଟା ସମୟରେ ମୁରଲୀ କୌଣସି କାରଣରୁ ଉକ୍ତ ବିଦ୍ୟୁତ ତାରରେ ଲାଗି ଗୁରୁତର ଆହତ ହୋଇଥିଲେ।ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ଆଣିଥିଲେ।ହେଲେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଦ୍ୟୁତ ବିଭାଗର ଚରମ ଅବହେଳା ଯୋଗୁଁ ଜଣେ ଯୁବକର ମୃତ୍ୟୁ ଘଟିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

Leave A Reply

Your email address will not be published.