ଵିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ

0

ଭୁବନେଶ୍ବର/ଚକ୍ରଧର ମାଝୀ : ଆଜି ରସୁଲଗଡ଼ ଦୁର୍ଗା ମଣ୍ଡପ ନିକଟରେ ମା ବାସନ୍ତୀ ଦୁର୍ଗା ମିନି ଟ୍ରକ ଆସୋସିଏସନ ଓ ଓଡ଼ିଶା ମୋ ପରିବାର ମିଳିତ ଆନୁକୁଲ୍ୟରେ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଆୟୋଜନ ହୋଇଯାଇଛି।

ଏହି ଶିବିରକୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ମଧ୍ଯ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଜୀବନ ବିନ୍ଦୁ ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ଓଡ଼ିଶା ମୋ ପରିବାର ସହ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ରାଜ୍ୟ ଛାତ୍ର ସମ୍ପାଦକ ଶ୍ରୀ ସୌମ୍ୟ ରଂଜନ ପ୍ରଧାନ, ସ୍ଥାନୀୟ କର୍ପୋରେଟର ସେଖ ନୁର ହାସନ୍, ସଞ୍ଜୟ ବଳିୟାର ସିଂ, ଲୋକେଶ କୁମାର, ଯୁବ ବିଜେଡି ନେତା ଇଂ ଅକ୍ଷୟ କୁମାର ସ୍ଵାଇଁ, ସଭାପତି ଶ୍ରୀ ନିଖିଲ ରାଉତରାୟ , ସମ୍ପାଦକ ସୁଶାନ୍ତ ରଣା, ଦୀନବନ୍ଧୁ ପତି, ଯୁବ ନେତା ଶ୍ରୀ ଦେବିଦତ୍ତ ରଥ, ଦୀପକ ନାୟକ ଓ ଟ୍ରକସଙ୍ଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ରକ୍ତ ଦାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଶେଷରେ ୭୭ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ବୋଲି ଜୀବନ ବିନ୍ଦୁ ସଂଯୋଜକ ଡଃ ତ୍ରିପାଠୀ ଜଣାଇଛନ୍ତି।

Leave A Reply

Your email address will not be published.