କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ତୋଟାଗୁଡ ଛକ ନିକଟରେ ଟିକିରି ପୋଲିଷ ବିଶ୍ଵସ୍ଥସୂତ୍ରରୁ ଖବର ପାଇ ଆଜି ରାତ୍ରୀରେ ୨ଟା ସମୟରେ ଟିକିରି ଥାନା ଅଧିକାରୀ ଦେବଦତ ମଲ୍ଲିକଙ୍କ ନିର୍ଦେଶରେ ASI ଜଶୋ କେତନ ସାହୁ, ସହ ଅନ୍ୟ ପୋଲିସ କର୍ମଚାରୀ ରାତ୍ରି ପେଟ୍ରଲିଙ୍ଗ ସମୟରେ ଏକ ବଲୋର ଗାଡ଼ି OD08B 8888 ରାୟଗଡା ପଟୁ ଟିକିରି ଆସୁଥିବା ସମୟରେ ଯାଞ୍ଚ କରିବା ସମୟରେ ସେହି ଗାଡ଼ିରେ 30 କାର୍ଟୁନ୍ ବିଦେଶୀ ମଦ ଜବତ କରିବା ଜଣେ ଡ୍ରାଇଭର କୁ ଗିରିଫ କରାଯାଇଛି। ଟିକିରି ଥାନାରେ କେଶ ନମ୍ବର ୧୩୮/୨୨ଦଫା us(52)ଅବକାରୀ ଆକ୍ଟରେ କେଶ ରୁଜୁ ୭୨୦ ବୋଟଲ କେନ ବିୟର ଜବତ କରିବା ସହ ବୋଲେର ଗାଡିକୁ ଜବତ କରି ଡ଼୍ରାଇଭର Y MOHAN BABU କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଟିକିରି ଥାନା ଅଧିକାରୀ ଦେବଦତ ମଲ୍ଲିକ ସୁଚନା ଦେଇଛନ୍ତି। ଟିକିରି ଥାନାରେ ଶ୍ରୀଯୁକ୍ତ ମଲ୍ଲିକ ଯୋଗଦେବା ଦିନଠାରୁ ଟିକିରି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୁଧାର ଆସିଛି।ଏଥିପାାଇଁ ଅଞ୍ଚଳ ବାସୀ ଖୁସି ପ୍ରକଟ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
Next Post