ଜଗତସିଂହପୁର ପ୍ରତିନିଧି ରାକେଶ କୁମାର ରାୟ:-ଜଗତସିଂହପୁର ପୌରାଞ୍ଚଳ ସ୍ଥାନୀୟ ହାଟ ବଜାର ମାଛ ମାର୍କେଟ ପାଖରେ ବୁଲା ଷଣ୍ଢ ଉଦ୍ଧାର । ସୁଚନା ଅନୁଯାୟୀ ଆଜି ଦିନ ଗୋଟାଏ ସମୟରେ ଚାଟରା ଗ୍ରାମର ଦିପକ ଦାସ ଷଣ୍ଢ ଟିକୁ ରକ୍ତାକ୍ତ ଅବସ୍ଥାରେ ଦେଖି ସମସ୍ତଙ୍କୁ ଫୋନ୍ ମାଧ୍ୟମରେ ଡକାଇ ଥିଲେ । ସମସ୍ତେ ପହଞ୍ଚି ଏବଂ ଦୋକାନି ଭାଇମାନେ ଦେଖିବାକୁ ପାଇଲେ ଯେ ବୁଲା ଷଣ୍ଢ ଟିର ଅଜାଘାକୁ କିଏ ଜଣେ ଅମଣିଷ ତେଣ୍ଟା ମାରିଦେଇଛି ଷଣ୍ଢ ଟି ରକ୍ତାକ୍ତ ଅବସ୍ଥାରେ ଯନ୍ତ୍ରଣା ରେ ଛଟପଟ ହେଉଛି । ଯୁବକ ମାନେ ସାହାସ ସହିତ ଏହି ଷଣ୍ଢ ର ଯନ୍ତ୍ରଣା କୁ ସହି ନପାରି ଜିଲ୍ଲା ଚିକିତ୍ସାଳୟର ଡାକ୍ତରଙ୍କ ସମେତ ତାଙ୍କ ଟିମ୍ ଆସି ପହଞ୍ଚିଥିଲା । ସଂଗେ ସଂଗେ ସାହାସର ସହିତ ଦିପକଦାସ ଜିତେନ୍ଦ୍ର ସାହୁ ଆଶିର୍ବାଦ ସେବା ସଂଗଠନ ସଭାପତି ଜଗନ୍ନାଥ ବେହେରା, ଅନିଲ ବାରିକ, ସନ୍ତୋଷ ଦାଶ, ଲିପୁ ମାଣିଆ ଏବଂ ବଜାର ଦୋକାନି ଭାଇମାନେ ଷଣ୍ଢକୁ ଏକ ରଷି ରେ ବାଂଦି ଚିକିତ୍ସା କରାଇ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଇଛି । ଆଶିର୍ବାଦ ସେବା ସଂଗଠନ ସଭାପତି ଜଗନ୍ନାଥ ବେହେରା କହିଛନ୍ତି ଯେ କୈାଣସି ଲୋକ କଥା କହିପାରୁ ନବା ପଶୁକୁ ମାରେ କିମ୍ବା ଯନ୍ତ୍ରଣା ଦିଏ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.