ପଞ୍ଚାୟତ ବୁଝିଲା ଶିଶୁ ସୁରକ୍ଷା କାର୍ଯ୍ୟ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କଶୀନଗର ବ୍ଲକର ସିଧାମଡ଼ଙ୍ଗ ଗ୍ରାମ ପଞ୍ଚାୟତରେ ଗତ ସେପ୍ଟେମ୍ବର ମାସରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ତ୍ରୈମାସି ବୈଠକ ଚାଲିଥିବା ବେଳେ କମିଟିର ସଦସ୍ୟଙ୍କ ଦ୍ବାରା ପୂର୍ବରୁ ଚିହ୍ନଟ କରାଯାଇଥିବା ୩ ଜଣ ମାତୃପିତୃ ହୀନ ଶିଶୁ କନ୍ୟାଙ୍କ ଥଇଥାନ ବିଷୟରେ ଆଲୋଚନା କରାଯାଇଥିଲା। ପ୍ରକାଶ ଥାଉକି ଜିଲ୍ଲାର ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁ ମାନଙ୍କୁ ତୁରନ୍ତ ସହାୟତା ଓ ଥଇଥାନ କରିବା ନିମନ୍ତେ ପ୍ରତ୍ୟେକ ପଞ୍ଚାୟତରେ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଏକ ଶିଶୁ ସୁରକ୍ଷା କମିଟି ଗଠନ କରାଯାଇଛି। ଏହାର ବୈଠକ ଯଥା “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ପ୍ରତ୍ୟେକ ତିନି ମାସରେ କରାଯାଉଛି।
ଉକ୍ତ ବୈଠକରେ ଆଲୋଚନା ହେବା ପରେ ଶିଶୁ ମାନଙ୍କୁ ମଙ୍ଗଳ ସମିତିଙ୍କ ଆଗରେ ଉପସ୍ଥାପନା କରାଯିବା ସହ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ଶିଶୁ ମଙ୍ଗଳ ସମିତିଙ୍କ ନିର୍ଦ୍ଦେଶ କ୍ରମେ ତିନୋଟି ଶିଶୁଙ୍କ ମଧ୍ୟରୁ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଶିଶୁଟିକୁ ଉଚ୍ଚଶିକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରଚଳିତ ଗ୍ରୀନ ପ୍ୟାସେଜ୍ ଯୋଜନାରେ ପ୍ରମାଣପତ୍ର ପ୍ରଦାନ , ଅନ୍ୟ ଏକ ଶିଶୁକୁ ମାସିକ ପୃଷ୍ଠପୋଷକତା ରାଶି ପ୍ରଦାନ କରିବା ନିମନ୍ତେ ନିଷ୍ପତ୍ତି ହେବା , ତୃତୀୟ ଶିଶୁଟି ନିଜର ଆଇଙ୍କ ପାଖରେ ରହି ଗାଁ ସ୍କୁଲରେ ପଢିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ତିନୋଟି ଶିଶୁଙ୍କର ନିୟମିତ ଦେଖାଶୁଣା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.