ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରର ରଙ୍ଗମଞ୍ଚ ଠାରେ ବିଦ୍ୟାଳୟ ତରଫରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କ ନିମନ୍ତେ ସ୍ବାଗତ ମହୋତ୍ସବ ମହାସମାରୋହରେ ପାଳିତ ହେଇଯାଇଅଛି।
ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସ୍ବାଗତ ଉତ୍ସବର ମହତ୍ବ ଓ ଗୁରୁତ୍ୱ ଉପରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କ ସଂଗୀତ ନିର୍ଦ୍ଦେଶନାରେ ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ “ଘେନ ଆମର ସ୍ୱାଗତ” ସଂଗୀତ ପରିବେଷଣ କରିଥିଲେ।
ପରେ ପରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ଦ୍ବାରା ନିଜ ପରିଚୟ ପ୍ରଦାନ ସହ ଦ୍ବିତୀୟ ବର୍ଷ ଛାତ୍ରୀଙ୍କ ସହ ବନ୍ଧୁ ମିଳନର ଆୟୋଜନ ହୋଇଥିଲା ଏବଂ ଶେଷରେ ଛାତ୍ରୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
ଏହି କାର୍ଯ୍ୟକ୍ରମକୁ ବିଶେଷ ଭାବରେ ସଫଳ କରିବାରେ ବରିଷ୍ଠ ପ୍ରାଧ୍ୟାପିକା ଡ. ମନସ୍ବିନୀ ଦାସ , ଡ. ମହେନ୍ଦ୍ର ରଇତ , ଡ. ନୃସିଂହ ପାଣିଗ୍ରାହୀ , ଗୁରୁ ଶ୍ରୀ ରଘୁନାଥ ପାତ୍ର ଏବଂ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକାଙ୍କ ବିଶେଷ ସହଯୋଗ ରହିଥିଲା। କାର୍ଯ୍ୟକ୍ରମକୁ ଜୁଲି ସିଂ ସଂଯୋଜନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post