ମେଲଛାମୁଣ୍ଡା(ମନୋଜ ଭୋଇ)– ଜିଲ୍ଳା ସମ୍ବାଦିକ ସଂଘ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମଣ୍ଡାପଡାସ୍ଥିତ କୁଷ୍ଠାଶ୍ରମ ଅନ୍ତେବାସୀଙ୍କ ସହ ବାର୍ଷିକ ଉତ୍ସବ ଏବଂ ନୂଆଖାଇ ବେଟ ପାଳିତ ହୋଇଯାଇଛି । ସଂଘର ସଭାପତୀ ନାସିର ଖାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇଥିଲେ । ଉକ୍ତ ଉତ୍ସବରେ ପ୍ରଗତିବଦୀ କବି, ହାସ୍ୟଲେଖକ, ଗୀତିକାର ତଥା ସମାଜସେବୀ ଗୁଦେରପାଲି ବାସିନ୍ଦା ରଂଜନ ସାଗରଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘ ତରଫରୁ କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଳ ହେବେ ତା ଉପରେ ଉପସ୍ଥିତ ବକ୍ତାଗଣ ମତବ୍ୟକ୍ତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.