ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ବଜାର ପ୍ରାଙ୍ଗଣରେ ଗୁରୁବାର ସଂଧ୍ୟାରେ ପଦ୍ମପୁର ବିଧାୟକ ସ୍ୱର୍ଗତ ବଜୟ ରଂଜନ ସିଂ ବରିହାଙ୍କ ଅମର ଆତ୍ମାର ସତଗତି ନିମନ୍ତେ ପଲସାପାଲି, ଜ୍ଞାନ, ଟାଳ ଓ ମେଲଛାମୁଣ୍ଡା ପଂଚାୟତର ସମସ୍ତ ବିଜେଡି କର୍ମିଙ୍କୁ ନେଇ ଏକ ଶ୍ରଦ୍ଧାଜଂଳି ସଭା ଅନୁଷ୍ଠିତ ହୋଇଯାଇଛି । ମେଲଛାମୁଣ୍ଡା ପଂଚାୟତ ସଭାପତୀ ମନୋଜ କୁମାର ଭୋଇଙ୍କ ସଭାପତୀତ୍ୱରେ ଅନୁଷ୍ଠିତ ସଭାରେ ପଦ୍ମପୁର ବ୍ଳକ ଅଧ୍ୟକ୍ଷ ରଣଜିତ ସିଂ ବରିହା, ଉପାଧ୍ୟକ୍ଷା ସଂଯୁକ୍ତା ଚାନ୍ଦ, ଜିଲ୍ଳାପରିଷଦ ପ୍ରତିନିଧି ଅନିରୁଦ୍ଧ ରଣା, ସମିତିସଭ୍ୟ ଠାକୁର ପ୍ରସାଦ ପଣ୍ଡା, ଜ୍ଞାନ ସରପଂଚ ଦିଲିପ ସାହୁ ପ୍ରମୁଖ ଆମନ୍ତ୍ରୀତ ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତ ବରିହାଙ୍କ ସ୍ମୃତି ଚାରଣ କରିଥିଲେ । ସେହିପରି ବରିଷ୍ଠ ବିଜେଡି କର୍ମି ସୁଦିପ ମିଶ୍ର, ସହଦେବ ବିଶ୍ୱାଲ, କମ୍ବୁପାଣି ଚାନ୍ଦ, ମୁନିକାନ୍ତ ସୁନା, ସୁବାଷ ବାଗ, ଅକ୍ଷୟ ଭୁଏ, ଲଲିତ ବାଗ, ପ୍ରଦୀପ ସାହୁ, ଆନନ୍ଦ ବନଛୋର, ସୁନିଲ ଜୈନ, ପ୍ରଭାତ ନାଏକ ପ୍ରମୁଖ ମଧ୍ୟ ସ୍ମୃତି ଚାରଣ କରିଥିଲେ । କାର୍ଯ୍ୟକ୍ରମ ସବୁକୁ ପପୁନ ପଣ୍ଡା, ସୁବ୍ରତ ଭୋଇ, ଡୋଲାମଣି ମହାନନ୍ଦ, ପ୍ରତିବୋଧ ବାଗ, ଶରତ ଚାନ୍ଦ, ସୁରେଶ ନାଏକ, ଯଦୁମଣି ନାଏକ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସମିତି ସଭ୍ୟ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.