ଅମିତ କୁମାର ମେହେର ଓଡିଶା ପ୍ରଶାସନିକ ସେବା ପରୀକ୍ଷା ରେ କୃତକାର୍ଯ୍ୟ

0

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଲୋଇସିଂହାର ନିବାସୀ ସ୍ଵର୍ଗତ ପାଣ୍ଡବ ମେହେର ଙ୍କ ସୁପୁତ୍ର ଶ୍ରୀ ଅମିତ୍ କୁମାର ମେହେର ଓଡିଶା ପ୍ରଶାସନିକ ସେବା ପରୀକ୍ଷା ରେ କୃତକାର୍ଯ୍ୟ ହୋଇଛନ୍ତି ।ସଦ୍ୟ ପ୍ରକାଶିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ରେ ୩୮୩ ରେଂକ୍ ରଖିଛନ୍ତି ।୨୦୧୨ ମସିହାରେ ମାଟ୍ରିକ ପରୀକ୍ଷାରେ ସଫଳତାର ସହ ବ୍ଲକ୍ ଟପ୍ପର ହୋଇ ଥିଲେ ।ବାପାଙ୍କ ଦେହାନ୍ତ ପରେ ମଧ୍ୟ ଭାଙ୍ଗି ନ ପଡ଼ି ଘରେ ରହି ନିଜସ୍ଵ ଉଦ୍ୟମରେ କଠିନ ପରିଶ୍ରମ କରି ସଫଳତା ହାସଲ କରିଛନ୍ତି । ତେଣୁ ସବୁ ସଫଳତାର ଶ୍ରେୟ ନିଜ ସ୍ଵର୍ଗତ ପିତାଙ୍କୁ ଦେଇଛନ୍ତି । ଅମିତ୍ ଙ୍କର ଏହି ସଫଳତାରେ ସ୍ଥାନୀୟ ଅଞ୍ଚଳରେ ଖୁସିର ବାତାବରଣ ସୃଷ୍ଟି ହୋଇଯାଇଛି ।ଏହି ସଫଳତା ପାଇଁ ତାଙ୍କ ଭାଉଜ ସମାଜ ସେବୀ ରଶ୍ମିତା ମେହେର ମଧ୍ୟ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

Leave A Reply

Your email address will not be published.