ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କ ସକାଶେ ଶୋକସଭା

0

ବରଗଡ:-ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜ ଝାରବନ୍ଧ ଆନୁକୂଲ୍ୟରେ ଭୂତପୂର୍ବ ଲାଟ ସଭାପତି,ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ସର୍ବାଧିକ ଜନପ୍ରିୟ ବିଧାୟକ ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ଅକାଳ ବିୟୋଗରେ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି ।ବର୍ତ୍ତମାନ ସୁଦ୍ଧା ଅନେକଙ୍କ ମୁହଁରୁ ହସ ଗାୟବ ରହିଛି , ସମସ୍ତେ ଏକ ପ୍ରକାର ନିରବ । ଲୋକଙ୍କ ମନରେ ଅନେକ ପ୍ରକାର ଭାବ ଉଙ୍କି ମାରିବାରେ ଲାଗିଛି,ସତେ କଣ ବିଜୟ ବାବୁ ଆମକୁ ଛାଡି ସବୁଦିନ ପାଇଁ ଚାଲିଗଲେ !ଭିସେ ଥିଲେ ଜଣେ ଅପ୍ରତିଦ୍ୱନ୍ଦୀ,ନିର୍ଭିକ,ସ୍ପଷ୍ଟବାଦି ନେତା ଯାହା କହୁଥିଲେ ରୋକଠୋକ । ଏମିତି ଜଣେ ନେତାଙ୍କୁ ହରାଇ ସମସ୍ତେ ଆଜି ବାକ୍ ଶୂନ୍ୟ ହୋଇ ପଡ଼ିଥିବା ଅନୁଭବ ହେଉଛି । ଦିବଂଗତ ପ୍ରିୟ ନେତା , ବଡଭାଇ , ଜଣେ ମାର୍ଗଦର୍ଶକ , ଙ୍କର ଅକାଳ ବିୟୋଗରେ , ତାଙ୍କର ଅମର ଆତ୍ମାର ସତଗତି ନିମନ୍ତେ ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜ ଝାରବନ୍ଧ ବ୍ଳକ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସମେତ ଶୋକସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ଲାଟ ସଭାପତି ହୃଷିକେଶ ବରିହା, ସାଧାରଣ ସମ୍ପାଦକ ଆଶାରାମ ବରିହା,ବ୍ଳକ ସଭାପତି ଜବାହରଲାଲ ସିଂ ବରିହା,ଝାରବନ୍ଧ ବ୍ଳକ ଉପାଧ୍ୟକ୍ଷ ଶ୍ରୀମତି ବିଶାଖା ବରିହା,ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ଶ୍ରୀମତି ଜୟନ୍ତୀ ବରିହା,ଝାରବନ୍ଧ ବ୍ଳକ ଜୋନ-୧ ଓ ୨ ର ସଭାପତି ଗୋପାଳ ବରିହା,ଧର୍ମୁ ବରିହା ଙ୍କ ସମେତ ୧୪ ଟି ଗ୍ରାମପଞ୍ଚାୟତର ସଭାପତି ତଥା ଶତାଧିକ ବିଂଝାଲ ସମାଜ ର ଭାଇ ଭଉଣୀ ଏବଂ କର୍ମକର୍ତ୍ତା ଏକାସାଥେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ନିଜର ଅତି ପ୍ରିୟ ନେତାଙ୍କୁ ମନେ ପକାଇ ସମସ୍ତଙ୍କ ଆଖିରେ ଲୁହ ଓଦା ହୋଇ ଯାଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.