ଜିଲ୍ଲା କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ନଟବର ବାରିକଙ୍କ ଅଧ୍ୟକ୍ଷତାରେ ଜାତିର ଜନକ ମହାତ୍ମାଗାନ୍ଧୀ ଓ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି।
ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟରେ ଆୟୋଜିତ ସ୍ମୃତି ସଭାରେ ମହାତ୍ମାଗାନ୍ଧୀ ଓ ଲାଲା ବାହାଦୁର ଶାସ୍ତ୍ରୀଙ୍କ ତୈଳ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରାଯିବା ସହ ସ୍ମୃତି ଚାରଣ କରାଯାଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଦେଶ କଂଗ୍ରେସ ସମ୍ପାଦକ ତଥା ପୂର୍ବତନ ପୌରାଧକ୍ଷ ବିପ୍ଳବ ଚୌଧୁରୀ, ଶିକ୍ଷାବିତ ନିକୁଞ୍ଜ କିଶୋର ବେହେରା, ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ, ରାଜ୍ୟ ଛାତ୍ର କଂଗ୍ରେସ ଉପ ସଭାପତି ସୁନିଲ କୁମାର ମାଟିଆ, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡ଼ଃ ଜଗଦାନନ୍ଦ ବେହେରା, ପୂର୍ବତନ ସରପଞ୍ଚ ନିରଞ୍ଜନ ସେନ,ଅନିଲ ଲେଙ୍କା, ନାରାୟଣ ନାୟକ,ଦାସରଥୀ ସ୍ବାଇଁ, ଦେବେନ୍ଦ୍ର କୁମାର ବେହେରା,ଅଜୟ ମହାପାତ୍ର, ନାରାୟଣ କାନୁନଗୋ ପ୍ରମୁଖ ଯୋଗଦାନ କରିଥିଲେ।

Leave A Reply

Your email address will not be published.