ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ୧୫୩ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଥାନା ପରିସର ଓ ଗାନ୍ଧୀ ଛକଠାରେ ଥିବା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଥିବା ମହାତ୍ମାଗାନ୍ଧୀ ଙ୍କ ଫଟୋଚିତ୍ର ରେ ପୁଷ୍ଗଗୁଛ ଅର୍ପଣ କରିଥିଲେ।ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ,ଉପଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଶୋଇ, ଜିଲ୍ଲା ସୂଚନା ଓ ଲୋକ ସ°ପର୍କ ଅଧିକାରୀ, ଜିଲ୍ଲା ସ°ସ୍କୃତି ଅଧିକାରୀ, ସହର ର ବୁଦ୍ଧିଜୀବୀ, ସୂଚନା ଓ ଲୋକ ସମ୍ପର୍କ ଓ ପୌର କର୍ମଚାରୀ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।ପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପଡିଆଠାରେ ଉଦ୍ୟାନ ବିଭାଗ ପକ୍ଷରୁ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଅତିଥି ମାନେ ବୃକ୍ଷ ରୋପଣ କରିଥିଲେ।ପ୍ରାତଃ ସମୟରେ ସୂଚନା ଓ ଲୋକ ସ°ପର୍କ ବିଭାଗ ପକ୍ଷରୁ ସହରରେ ରାମଧୁନ ପରିବେଷଣ ହୋଇଥିଲା।ବିଦ୍ୟାଳୟ ପିଲାମାନଙ୍କ ଦ୍ବାରା ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିଲା।ସ°ଧ୍ୟାରେ ସ°ସ୍କୃତି ଭବନ ପରିସରରେ ସାଧାରଣ ସଭା ଓ ଗାନ୍ଧୀ ଭଜନ ପରିବେଷଣ କାର୍ଯ୍ୟକ୍ରମ ରହିଛି।
Sign in
Sign in
Recover your password.
A password will be e-mailed to you.
Next Post