ବୃନ୍ଦାବତୀ ମହିଳା ମହାବିଦ୍ୟାଳୟରେ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ

0

ମେଲଛାମୁଣ୍ଡା(ମନୋଜ ଭୋଇ)-ରାଜବୋରାସମ୍ବର ବ୍ଳକ ଅର୍ନ୍ତଗତ ସର୍ଗିବାହାଲସ୍ଥିତ ବୃନ୍ଦାବତୀ ମହିଳା ମହାବିଦ୍ୟାଳୟରେ ଶୁକ୍ରବାର ଦିନ ସରୋଜ ବେହେରାଙ୍କ ସଭାପତିତ୍ୱରେ ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ ଉପରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାରେ ଘେଁସ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଭକ୍ତଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ଉପରେ ସୁଚନା ଦେଇଥିବା ବେଳେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ମୁଖ୍ୟବକ୍ତା ଭାବେ ଅଂଶଗ୍ରହଣ କରି ଗୃହ ପ୍ରଭାବ, ବିଶ୍ୱ ଉତାପନ, ଜଳବାୟୁ ପରିବର୍ତନ, ଜଂଗଲ ସୁରକ୍ଷା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଆନନ୍ଦ ପଧାନ, ମନ୍ମତ ବେହେରା, ଅଧ୍ୟାପିକା ପ୍ରଶ୍ମିତା ବେହେରା, ଅଧ୍ୟାପିକା ସସ୍ମିତା ସାହୁ, ଆଧ୍ୟାପିକା ଲିକିତା ପ୍ରଧାନ, ଅଧ୍ୟାପିକା ଅଙ୍କିତା ପଧାନ, ଅଧ୍ୟାପିକା ଅଧ୍ୟାପିକା ଚିନ୍ମୟୀ ପ୍ରଧାନ, ଅଧ୍ୟାପିକା ମୀନାକ୍ଷୀ ପିଙ୍ଗ ପ୍ରମୁଖ ସମ୍ମନୀତ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ । ଫକୀର ମୋହନ ବେହେରା, ନିହାର ରଂଜନ ପ୍ରଧାନ, ପବିତ୍ର ପଧାନ, ଭଜନଲାଲ ବେହେରା, ମାଲତୀ ଡନସେନା ପ୍ରମୁଖ ମହାବିଦ୍ୟାଳୟ କର୍ମଚାରୀ କାର୍ଯ୍ୟକ୍ରମ ସବୁକୁ ସହଯୋଗ କରିବା ସହ ଛାତ୍ରୀ ମାନଙ୍କୁ ଉତ୍ସାହୀତ କରିଥିଲେ । ଛାତ୍ରୀମାନେ ଅଂଳା ଚାରା ରୋପଣ କରିବା ସହ ଗୋଟିଏ ଲେଖାଁଏ ଚାରାର ସୁରକ୍ଷା ପାଇଁ ଦାୟୀତ୍ୱ ନେଇଥିଲେ । ଶେଷରେ ଅଧ୍ୟାପିକା ଅଙ୍କିତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.