ଟାଟା ଷ୍ଟିଲ କଳିଙ୍ଗନଗର କର୍ମଚାରୀଙ୍କ ପାଇଁ ସପ୍ଲାଏ ଚେନ୍ ଓ ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ଉପରେ ପାଠ୍ୟକ୍ରମର ସମାବର୍ତ୍ତନ ଉତ୍ସବ ଆୟୋଜିତ

0

କଳିଙ୍ଗନଗର: ଟାଟା ଷ୍ଟିଲ କଳିଙ୍ଗନଗରର ପ୍ଲଟ୍-୨ ହାଉସିଂ କମ୍ପେ୍ଲକ୍ସଠାରେ ମଙ୍ଗଳବାର ଦିନ ଇଣ୍ଡିଆନ୍ ଇନଷ୍ଟିଟ୍ୟୁଟ ଅଫ୍ ସୋସିଆଇଲ ୱେଲଫେୟାର ଆଣ୍ଡ ବିଜସେନ୍ ମ୍ୟାନେଜମେଣ୍ଟ (ଆଇଆଇଏସ୍ଡବ୍ଲ୍ୟଏମ୍) କୋଲାକାତା ପକ୍ଷରୁ ଟାଟା ଷ୍ଟିଲ କଳିଙ୍ଗନଗର କର୍ମଚାରୀଙ୍କ ପାଇଁ ସପ୍ଲାଏ ଚେନ୍ ଓ ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ଉପରେ ପୋଷ୍ଟ ଗ୍ରାଜୁଏଟ୍ ସାର୍ଟିଫିକେଟ୍ କୋର୍ସର ପ୍ରଥମ ବ୍ୟାଚ୍ର ସମାବର୍ତ୍ତନ ଉତ୍ସବ ଆୟୋଜିତ ହୋଇଯାଇଛି ।
ଏହି ଅବସରରେ ଟାଟା ଷ୍ଟିଲ ମାନବ ସମ୍ବଳ ପରିଚାଳନା ବିଭାଗର ଭାଇସ ପ୍ରେସିଡେଣ୍ଟ ଆତ୍ରେୟୀ ସାନ୍ୟାଲ, ଟାଟା ଷ୍ଟିଲ କଳିଙ୍ଗନଗର ଅପରେସନ୍ସ ବିଭାଗ ଭାଇସ ପ୍ରେସିଡେଣ୍ଟ ରାଜୀବ କୁମାରଙ୍କ ସହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଟାଟା ଷ୍ଟିଲ କଳିଙ୍ଗନଗର ଏଚ୍ଆରବିପି ବିଭାଗ ଚିଫ୍ ଇମାଦ ଅଲ୍ଲୀ ଏବଂ ଆଇଆଇଏସ୍ଡବ୍ଲୁ୍ୟବିଏମ୍ର ପୋଗ୍ରାମ୍ କୋଡ଼ିନେଟର ଡଃ ଜୟନ୍ତୀ ଦେ ଉପସ୍ଥିତ ଥିଲେ । ଏହାବ୍ୟତୀତ ଟାଟା ଷ୍ଟିଲ କଳିଙ୍ଗନଗରର ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ନିର୍ମାଣକାରୀ ଉଦ୍ୟୋଗରେ ଏକ ଗୁରୁତ୍ୱପୁର୍ଣ୍ଣ ବିଭାଗ ରୂପେ ପରିଚିତ ସପ୍ଲାଏ ଚେନ୍ ଓ ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ଉପରେ ସଫଳତାର ସହ ପୋଷ୍ଟ ଗ୍ରାଜୁଏଟ ସାର୍ଟିଫିକେଟ୍ କୋର୍ସ ସମାପ୍ତ କରିଥିବା ୩୭ ଜଣ କର୍ମଚାରୀଙ୍କୁ ପାଠ୍ୟକ୍ରମ ସମାପନ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.