କେରଳ ବନ୍ୟା ଦୁର୍ଗତଙ୍କ ସାହାଯ୍ୟାର୍ଥେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ବିଜୁ ଛାତ୍ର ଜନତା ଦଳର ୮ଲକ୍ଷ ଟଙ୍କା ପ୍ରଦାନ

0

ଭୁବନେଶ୍ୱର : ନିକଟରେ କେରଳରେ ହୋଇଥିବା ଭୟାବହ ବନ୍ୟା ଯୋଗୁ ବହୁ ଧନଜୀବନ ହାନି ଘଟିଛି । ଏଭଳି ଏକ ଦୁର୍ଦ୍ଧିନ ସମୟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସହାୟତାର ହାତ ବଢ଼ାଇଥିଲେ । ଶ୍ରୀ ପଟ୍ଟନାୟକ କେରଳକୁ ୧୦ କୋଟି ଟଙ୍କାର ଅର୍ଥ ସହାୟତା ପ୍ରଦାନ କରିବା ସହିତ ୮ କୋଟି ଟଙ୍କାର ୫୦୦ ମେଟ୍ରିକ୍‍ ଟନ୍‍ ପଲିଥିନ୍‍ ସିଟ୍‍ ପ୍ରଦାନ କରିଥିଲେ । ଏଥିସହ ୨୦୦ ଉଦ୍ଧାରକାରୀ ସଦସ୍ୟଙ୍କୁ କେରଳକୁ ପଠାଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପରେ ବିଜୁ ଛାତ୍ର ଜନତା ଦଳ ଉତ୍ସାହିତ ହୋଇ ନିଷ୍ପତ୍ତି ନେଇଥିଲେ ଯେ କେରଳ ଦୁର୍ଗତଙ୍କ ସାହାଯ୍ୟ ପାଇଁ ସହାୟତା ରାଶି ସଂଗ୍ରହ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠି ଜରିଆରେ ପ୍ରଦାନ କରିବା ପାଇଁ । ଏହି ନିଷ୍ପତ୍ତି ଅନୁସାରେ ବିଜୁ ଛାତ୍ର ଜନତା ଦଳ ରାଜ୍ୟର ୩୦ଟି ଜିଲ୍ଲାରୁ ସଂଗୃହିତ ରାଶି ୮ ଲକ୍ଷ ଟଙ୍କା ଆଜି ମୁଖ୍ୟମନ୍ତ୍ରୀ ରିଲିଫ୍‍ ପାଣ୍ଠିକୁ ପ୍ରଦାନ କରିଛି । ଏହି ଅବସରରେ ବିଜୁ ଛାତ୍ର ଜନତା ଦଳ ସଭାପତି ରାଣାପ୍ରତାପ ପାତ୍ରଙ୍କ ନେତୃତ୍ୱରେ ରାଜ୍ୟ, ଜୋନ୍‍, ଜିଲ୍ଲାସ୍ତରର ଛାତ୍ର ବିଜେଡିର କର୍ମକର୍ତ୍ତାମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୮ଲକ୍ଷ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏ ପ୍ରକାର ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ । 

ଏହି ଅବସରରେ ବିଜୁ ଛାତ୍ର ଜନତା ଦଳ ସଭାପତି ଶ୍ରୀ ପାତ୍ରଙ୍କ ସହିତ ଉପଦେଷ୍ଟା ଚିନ୍ମୟ ସାହୁ, ରାଜ୍ୟ କାର୍ଯ୍ୟକାରୀ ସଭାପତି ଦେବୀରଞ୍ଜନ ତ୍ରିପାଠୀ, ମହାସଚିବ ହରିଶଙ୍କର ରାଉତ, ଉପ-ସଭାପତି ମନ୍‍ଜିତ୍‍ ଦାସ, ରାଜେଶ ରାଜ ସ୍ୱାଇଁ, ସାଧାରଣ ସଂପାଦକ ସୁଜିତ ପାଲ୍‍ଟାସିଂହ, ଅପୂର୍ବା ଅପରୂପା, ମିକୁ ପ୍ରଧାନ, ପ୍ରଦୋଷ ପରିଡ଼ା, ସଂପାଦକ ରବୀନ୍ଦ୍ର ପ୍ରଧାନ, ଶିବାଜୀ ନାୟକ, ପ୍ରମୋଦ ପାତ୍ର, ସମ୍ବଲପୁର ଜୋନ୍‍ ସଭାପତି ବୈକୁଣ୍ଠ ନାଏକ, ବଲାଙ୍ଗୀର ଜୋନ୍‍ ସଭାପତି ଚିରାଗ ସିଂହଦେଓ, ଭୁବନେଶ୍ୱର ଜୋନ୍‍ ସଭାପତି ଅଜିତ ବେହେରା, କଟକ ଜୋନ୍‍ ସଭାପତି ସ୍ମୃତିରଞ୍ଜନ ଦାସ, ଗଞ୍ଜାମ ଜିଲ୍ଲା ସଭାପତି ପ୍ରଶାନ୍ତ ପଣ୍ଡା, ସୁନ୍ଦରଗଡ଼ ଜିଲ୍ଲା ସଭାପତି ରାଣାପ୍ରତାପ ସିଂହ, କଟକ ଜିଲ୍ଲା ସଭାପତି ସ୍ମୃତିରଞ୍ଜନ ନାୟକ, ସାଂଗଠନିକ ସଂପାଦକ ସଂସଦ ନାୟକ, ଯୋଗେଶ ଜେନା, କାଶୀନାଥ ବେହେରା, ସଭ୍ୟ ସଂଜୟ ବିଶୋୟୀ, ଧର୍ମେନ୍ଦ୍ର ଧଳ, ଅଭିଶେଖ ବେହେରା, ସମ୍ବିତ ଶ୍ରୀଚନ୍ଦନ, ଅମରଜିତ୍‍ ଗୌଡ଼, ରମାରଞ୍ଜନ ମହାନ୍ତି, ଦେବସ୍ମିତା ଦାସ, ମଧୁସ୍ମିତା ନାୟକ, ସ୍ୱୀକୃତି ମିଶ୍ର, ସୁବ୍ରତ ସାହୁ, ସୌମ୍ୟ ମହାପାତ୍ର, ହୃଷିକେଶ ମହାନ୍ତି, ଦୁଷ୍ମନ୍ତ ରାଉତରାୟ, ଅଭିକ୍‍ କୁମାର, ମନୋଜ ବେହେରା, ପ୍ରିୟମ୍ବଦା ସାମଲ, ବିସ୍ମୟ ପଟ୍ଟନାୟକ, ବିଶ୍ୱପ୍ରକାଶ ବେହେରା, ଜି. ନନ୍ଦିନୀ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.