ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅହିଂସାରଥ ୧ ଓ ୨ କୁଜଙ୍ଗ ବ୍ଲକର ଭୁତମୁଣ୍ଡାଇ ଠାରେ ଭବ୍ୟ ସ୍ୱାଗତ ବମ୍ବର୍ଦ୍ଧନା କରାଯାଇଥିଲା l କେନ୍ଦ୍ରାପଡ଼ା ଜିଲ୍ଲାପ୍ରଶାସନ ଜଗତସିଂହପୁର ଜିଲ୍ଲାପ୍ରଶାସନକୁ ଅହିଂସା ରଥ ୨ଟିକୁ ହସ୍ତାନ୍ତର କରିଥିଲେ l ମାନ୍ୟବର ସାଂସଦ, ଜଗତସିଂହପୁର ଡା. ରାଜଶ୍ରୀ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରୁଦ୍ରନାରାୟଣ ଦାସ, ଉପଜିଲ୍ଲାପାଳ ଶ୍ରୀ ଧାମେନ୍ଦ୍ର ମଲ୍ଲିକ, କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନିନାରାଣୀ ସାହୁ, ଉପାଧ୍ୟାକ୍ଷ ଜ୍ଞାନଜିତ ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀରଂଜନ ପଟ୍ଟନାୟକ, କୁଜଙ୍ଗ ବିଡ଼ିଓ ସୋମ୍ୟଶ୍ରୀ ପ୍ରାଣିଗ୍ରାହୀ, ତହସିଲଦାର ପ୍ରୀତିପୂର୍ନା ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା, ଜନ ପ୍ରତିନିଧିଗଣ, ମିଶନଶକ୍ତି ମହିଳା,ଆଶା ଅଙ୍ଗନବାଡିକର୍ମୀ ଉପସ୍ଥିତ ରହି ଅହିଂସା ରଥକୁ ସ୍ୱାଗତ ସମ୍ବୋଧନା କରିଥିଲେ l ଅହିଂସା ରଥ ୧, ଜଗତି ହାଇସ୍କୁଲ ଚୌମୁହାଣୀ, ପାରାଦ୍ୱୀପଗଡ଼, ଉଦୟବଟ, ଦୋଛକି ଦେଇ ପାରାଦ୍ୱୀପ ପୌରପାରିଷଦକୁ ପ୍ରବେଶ କରିଥିଲେ l NAC ହାଇସ୍କୁଲ ପାରାଦ୍ୱୀପ, କୁଜଙ୍ଗ ବ୍ଲକ ଝିମାନୀ, ବିବି ହାଇସ୍କୁଲ, କୁଜଙ୍ଗଠାରେ ଯାତ୍ରା ସମାପ୍ପନ ହେଇଚି l ଏରସମାଠାରେ ବାଲିକୁଦା ବିଧାୟକ ଶ୍ରୀ ରଘୁ ନନ୍ଦନ ଦାସ, ଚେୟାରମ୍ୟାନ ଲକ୍ଷ୍ମୀପ୍ରିୟା ମହାପାତ୍ର, ବିଡ଼ିଓ କୈଳାସ ବେହେରା, ତହସିଲଦାର ପ୍ରମୁଖ ଉପସ୍ଥିତ ରହି ଅହିଂସା ରଥକୁ ସମ୍ବୋଧନା କରିଥିଲେ l ଏକ ବିଶାଳ ଶୋଭାଯାତ୍ରାରେ ଐତିହାସିକ ଚଟୁଆ ବେଡି ମଠଠାରେ ଅହିଂସା ରଥକୁ ସ୍ୱାଗତ ଜଣାଇ କୁଜଙ୍ଗ ଅଞ୍ଚଳର ପାଇକ ଆଖଡ଼ା ଦଳ ଆକର୍ଷଣୀୟ ପାଇକ ଆଖଡ଼ା ପ୍ରଦର୍ଶନ କରିଥିଲେ l ରଥ ଏରସମା ବ୍ଲକରେ ରାତ୍ରି ଯାପନ କରିଥଲା l
Sign in
Sign in
Recover your password.
A password will be e-mailed to you.
Prev Post