ଭଞ୍ଜନଗର : ପରାଧୀନ ଭାରତ ବର୍ଷକୁ ସ୍ବାଧୀନ କରିବା ପାଇଁ ଆମର ପୂର୍ବ ସୂରୀ ମାନେ ଯେଉଁ ଅସୀମ ତ୍ୟାଗ ଓ ବଳୀଦାନ ଦେଇ ଯାଇଛନ୍ତି ତାହାକୁ ଉତ୍ତର ପିଢ଼ିଙ୍କ ନିକଟରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କର ସୁନ୍ଦର ପରିକଳ୍ପନା ହେଉଛି ଅହିସା ରଥ । ସ୍ବାଧୀନତାର ସଫଳ ତଥା ସ୍ବତନ୍ତ୍ର ମୂଳମନ୍ତ୍ର ଥିଲା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି । ଅହିଂସାର ବାର୍ତ୍ତା ବହନ କରି ତୃତୀୟ ଦିବସରେ ଅହିଂସା ରଥ ଅପରାହ୍ନ ସମୟରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଠାରେ ପହଞ୍ଚିବା ପରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି। ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀ ଭୂଷଣ ମହାପାତ୍ର, ତହସିଲଦାର ନିହାର ରଞ୍ଜନ ବେହେରା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ,ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସମାଜ ସେବୀ ଶୁଳପାଣି ଶତପଥୀ ଓ ଜଗଦୀଶ ପାଣିଗ୍ରାହୀ, ସାଂସଦଙ୍କ ପ୍ରତିନିଧି ପଞ୍ଚାନନ ପାଳ, ଜନ ପ୍ରତିନିଧି,ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ମହା ଆଡମ୍ବର ସହକାରେ ଅହିଂସା ରଥକୁ ପାଛୋଟି ନେଇ ଭବ୍ଯ ସମ୍ବର୍ଦ୍ଧନା ଦେଇଥିଲେ । ଭଞ୍ଜନଗର ବିପଦର ବନ୍ଧୁ ଅନୁଷ୍ଠାନ ଦ୍ବାରା ୭୫ ମିଟର ଜାତୀୟ ପତାକା ରାଲି କରାଯାଇଥିଲା। ସେହିପରି ସୋରଡା ରେ ମଧ୍ୟ ମହା ଆନନ୍ଦ ଉଲ୍ଲାସର ସହ ବିରାଟ ଶୋଭାଯାତ୍ରାରେ ମାନ୍ୟବର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, ବ୍ଲକ୍ ଅଧ୍ୟକ୍ଷା ସାଇବାଣୀ ମଲ୍ଲିକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶିବ ଶଙ୍କର ପଣ୍ଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀମାଞ୍ଚଳ ମଣ୍ଡଳ, ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଦ୍ବିତୀକୃଷ୍ଣ ପାତ୍ର, ଭାରପ୍ରାପ୍ତ ଥାନା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ, ସ୍ଥାନୀୟ ନିର୍ବାଚିତ ଜନ ପ୍ରତିନିଧି ଅହିମସା ରଥକୁ ସ୍ବାଗତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ନିମନ୍ତେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅହିଂସା ରାଲି କରି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ । ମହାତ୍ମା ଗାନ୍ଧୀ ସ୍ମତି ଭବନ ଠାରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ବିଭିନ୍ନସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବେଲଗୁଣ୍ଠା ଠାରେ ମଧ୍ୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ତହସିଲଦାର ଧରଣୀଧର ବେହେରା, କାର୍ଯ୍ୟ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର, ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଫିରୋଜ ସେଠୀ ଓ ଅନ୍ୟାନ୍ୟ ଜନ ପ୍ରତିନିଧିଙ୍କ ଉପସ୍ଥିତିରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ବାଘ ନାଚ, ଷଣ୍ଢ ନାଚ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଲୋକନୃତ୍ୟ ଅନୁଷ୍ଠିତ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.