ଜଗତସିଂହପୁର/ସୁମନ୍ତ କୁମାର ଦାସ: ରାଷ୍ଟ୍ରଭାଷା ହିନ୍ଦୀକୁ ଓଡିଶା ସରକାର ତଥା ଗଣଶିକ୍ଷା ବିଭାଗ ଅଣଦେଖା କରୁଛନ୍ତି।ରାଷ୍ଟ୍ରଭାଷା ହିନ୍ଦୀ ର ବିଲୋପ ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ଅଭିଯୋଗ ଉଠିଛି। ଜଗତସିଂହପୁର ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ହିନ୍ଦୀ ଦିବସ ସମାରୋହ- ୨୦୨୨ ପାଳନ ଅବସରରେ ଏପରି ଅଭିଯୋଗ ଉଠିଛି। ଜଗତସିଂହପୁର ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ପକ୍ଷରୁ ତିର୍ତ୍ତୋଲ ବ୍ଲକ ମଣିଜଙ୍ଗା ସରକାରୀ ହାଇସ୍କୁଲ ପରିସରରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ସମାରୋହ-୨୦୨୨ପାଳନ କରାଯାଇଛି।ଏହି ସମାରୋହରେ ଜଗତସିଂହପୁର ଜିଲ୍ଲାର ସମସ୍ତ ଆଠଟି ବ୍ଲକର ଶତାଧିକ ହିନ୍ଦୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି ସମାରୋହକୁ ଉଦଘାଟନ କରାଯାଇଥିଲା।ମୁଖ୍ୟ ଅତିଥି ଭାବେ ସ୍ତମ୍ବାକାର ତଥା ବିଶିଷ୍ଟ ଶିକ୍ଷାବିତ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବେ ଆଦିକବି ଶାରଳା ଦାସ କଲେଜ ଅଧ୍ୟକ୍ଷ କ୍ୟାପଟେନ ଜ୍ଞାନଜ କୁମାର ସାମନ୍ତରାୟ,ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଶୁକଦେବ ସାହୁ,ଅଭୟ କୁମାର ନାୟକ, ଆଲୋକ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ସଭାପତି ବିଜୟ କୁମାର ମହାନ୍ତିଙ୍କ ପ୍ରତେକ୍ଷ ତତ୍ୱବଧାନରେ ଆୟୋଜିତ ସମାରୋହରେ ଆୟୋଜିତ ଏହି ସମାରୋହରେ ଜିଲ୍ଲାର କୃତି ଛାତ୍ରଛାତ୍ରୀ ଓ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସ୍ୱର୍ଗତ ହିନ୍ଦୀ ଶିକ୍ଷକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।ସମାରୋହରେ ରାଷ୍ଟ୍ରଭାଷା ହିନ୍ଦୀ ବିଭିନ୍ନତା ମଧ୍ୟରେ ଏକତା, ଜାତୀୟ ସଂହତି ପ୍ରତିଷ୍ଠା ଓ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବାର ପ୍ରମୁଖ ମାଧ୍ୟମ ହୋଇଥିବା ବେଳେ ରାଜ୍ୟ ସରକାର ହିନ୍ଦୀ ଭାଷା ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରାଯାଇଥିଲା।ସରକାର ହିନ୍ଦୀ ଶିକ୍ଷକଙ୍କୁ କ୍ୟାଡର ଲିଷ୍ଟରେ ସାମିଲ କରୁନଥିବା ବେଳେ ହିନ୍ଦୀ ଭାଷା ପ୍ରତି ଓ ହିନ୍ଦୀ ଶିକ୍ଷକଙ୍କୁ ଅମର୍ଯ୍ୟାଦା କରୁଥିବା ଅଭିଯୋଗ କରିଥିଲେ।
ଖାଲି ସେତିକି ନୁହେଁ ଗଣଶିକ୍ଷା ବିଭାଗ ଷଷ୍ଠ ସପ୍ତମ ଶ୍ରେଣୀରେ ହିନ୍ଦୀ ବିଷୟକୁ ସାମିଲ କରିଥିବା ବେଳେ ଏହାକୁ ପଢାଇବା ପାଇଁ ଜଣେ ହେଲେ ହିନ୍ଦୀ ଶିକ୍ଷକ ନିଯୁକ୍ତି କରିନାହାଁନ୍ତି।ବିଦ୍ୟାଳୟ ଗୁଡିକୁ 5T ରେ ସାମିଲ କରି ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରୁଥିବା ବେଳେ ବେସଲାଇନ ଟେଷ୍ଟ,ସ୍ମାର୍ଟ କ୍ଲାସ, ଆବେଦି ଲର୍ଣ୍ଣି, ଉତ୍କର୍ଷ ଆଦିରେ ହିନ୍ଦୀକୁ ଅଣଦେଖା କରାଯାଇଛି।ଏପରିକି ହାଇସ୍କୁଲରେ ଆଦିଭାଷା ସଂସ୍କୃତ ସହ ରାଷ୍ଟ୍ରଭାଷା ହିନ୍ଦୀ ତୃତୀୟ ଭାଷା ରୁପେ ସ୍ଥାନ ପାଇଥିବା ବେଳେ ଗଣଶିକ୍ଷା ବିଭାଗ ଧନ୍ଧାମୂଳକ ବିଷୟ ଆଇଟି, ରିଟେଲର ଓ ଅଟୋମୋବାଇଲ ପରି ବୈଷୟିକ ବିଷୟକୁ ତୃତୀୟ ଭାଷା ଯୋଡି ଇଛାଧିନ କରି ହିନ୍ଦୀ ଭାଷାର ବିଲୋପ ପାଇଁ ଷଡଯନ୍ତ୍ର କରାଯାଉଥିବା ଶିକ୍ଷକ ନେତାମାନେ ଅଭିଯୋଗ କରିଥିଲେ । ରାଜ୍ୟର ମାତୃଭାଷା ସହ ରାଷ୍ଟ୍ରଭାଷା ହିନ୍ଦୀର ପ୍ରଚାର ପ୍ରସାର ପାଇଁ ଯତ୍ନବାନ ହେବା ସହ ହିନ୍ଦୀ ଶିକ୍ଷକ ମାନଙ୍କୁ ଉପଯୁକ୍ତ ପଦମର୍ଯ୍ୟାଦା ଦେବାର ଆବଶ୍ୟକତା ରହିଛି।
Sign in
Sign in
Recover your password.
A password will be e-mailed to you.