(ରେଢାଖୋଲ/ ଶ୍ରୀୟାସ୍ମିତା ସାମଲ )ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ସାଲେଭଟ୍ଟା ପଞ୍ଚାୟତ ଶାଳବଣିଆଁ ଗ୍ରାମରେ ସ୍ୱାମୀ,ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହରୁ ସ୍ୱାମୀ ଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି I
ପୋଲିସ୍ ସୂତ୍ରରୁ ପ୍ରକାଶ୍ ଯେ , ଗତ କାଲି ସନିବାର ଦିନ ସଂନ୍ଧ୍ୟା ସମୟରେ ଶାଳବଣିଆଁ ଗ୍ରାମର ପ୍ରେମାନନ୍ଦ ରାଉତ ଏବଂ ତାଙ୍କ ସ୍ତ୍ରୀ ଦୁଃଖି ରାଉତ ଙ୍କ ସହ କୌଣସି କଥାକୁ ନେଇ ଦୁଇ ସ୍ୱାମୀ,ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା I ଏଥିରେ ସ୍ୱାମୀ ପ୍ରେମାନନ୍ଦ ରାଉତ ଉତିକ୍ତ ହୋଇ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ I ଯାହାଫଳରେ କି ସ୍ତ୍ରୀ ଦୁଃଖି ରାଉତ ଗୁରୁତର ଆହତ ହୋଇପଡିଥିଲେ Iଏହି ଖବର ଗ୍ରାମର କିଛି ବ୍ୟକ୍ତି ଜାଣିବା ପରେ ଏକ ଘରୋଇ ଗାଡି ଯୋଗେ ନାକଟିଦେଉଳ ମେଡିକାଲରେ ଭର୍ତି କରିବା ସହିତ ପୋଲିସ କୁ ଖବର ଜଣାଇଥିଲେ I ପୋଲିସ ଖବର ପାଇ ଘଟଣା ସ୍ଥଳ କୁ ଯାଇ ସ୍ୱାମୀ ପ୍ରେମାନନ୍ଦ ରାଉତଙ୍କୁ ଗିରଫ କରି ଆଜି ରବିବାର ଦିନ ପୋଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ବିଭୁତି ଭୂଷଣ ଦଳେଇ ସୂଚନା ଦେଇଛନ୍ତି I
Sign in
Sign in
Recover your password.
A password will be e-mailed to you.
Prev Post