ଝାରବନ୍ଧ : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିବସ କୁମାର ସାହୁଙ୍କ ତତ୍ତ୍ୱାବଧାନରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟମାନଙ୍କରେ “ପୋଷଣ ମାସ” ପାଳନ କରାଯାଉଛି । ଏହି କ୍ରମରେ ବୈତାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ପୋଷଣ ମେଳାର ଆୟୋଜନ କରାଯାଇଥିଲା ଯେଉଁଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପୂର୍ବରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବିଭିନ୍ନ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ଖାଦ୍ୟ ତଥା ଭିଟାମିନ ଯୁକ୍ତ ଖାଦ୍ୟଗୁଡିକୁ ବର୍ଗୀକରଣ କରି ପ୍ରଦର୍ଶନ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ବାମିତ୍ର ବାଗଙ୍କ ନେତୃତ୍ୱରେ ବିଦ୍ୟାଳୟର ସମସ୍ତ ସହ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ । କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପୋଷଣ ଉପରେ ସଚେତନତା ନିମନ୍ତେ ସେପ୍ଟେମ୍ବର ମାସ ପୋଷଣ ମାସ ଭାବରେ ପାଳନ କରାଯାଉଛି । ପ୍ରତି ବର୍ଷ ସେପ୍ଟେମ୍ବର ୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପୋଷଣ ମାସ ଭାବରେ ପାଳନ କରାଯାଉଛି । ଏନେଇ ବୈତାଳି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିବସ କୁମାର ସାହୁ କହିଛନ୍ତି, “ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସମସ୍ତ ଛାତ୍ରଛାତ୍ରୀ ପୋଷଣ ଉପରେ ସଚେତନ ହୁଅନ୍ତୁ ।” “ଛାତ୍ରଛାତ୍ରୀ ମାନେ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ପ୍ରକାରର ଖାଦ୍ୟରେ ଥିବା ପୋଷକତତ୍ତ୍ବ ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ପାଇବା ପାଇଁ ଏହି ପୋଷଣ ମେଳା ଆୟୋଜନ କରାଯାଇଛି । ଯାହାଦ୍ୱାରା ଛାତ୍ରଛାତ୍ରୀ ମାନେ ନିଶ୍ଚିତ ଭାବେ ଉପକୃତ ହେବେ ବୋଲି ପ୍ରଧାନ ଶିକ୍ଷକ ମତପ୍ରକାଶ କରିବା ସହ ସିଆରସିସିଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।”
ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବିଦ୍ୟାଳୟର ମୁଖ୍ୟମନ୍ତ୍ରୀ ଜେମାଳିନୀ ସେଠ୍ ମେଳା ଆୟୋଜନ ଦାୟିତ୍ୱ ବହନ କରିବା ସହ ବର୍ଜନୀୟ ଖାଦ୍ୟ ଏବଂ ପାନୀୟ ଉପରେ ଛାତ୍ରଛାତ୍ରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଜଗନ୍ନାଥ ପଧାନ ବିଭିନ୍ନ ଖାଦ୍ୟ ତଥା ପାନୀୟରୁ ମିଳୁଥିବା ଭିଟାମିନ୍ ବିଷୟରେ ଆଲୋକପାତ କରିବା ସହ ବିଭିନ୍ନ ରୋଗରୁ ମୁକ୍ତି ପାଇବା ପାଇଁ ତାହା କେତେ ଉପଯୋଗୀ ସେ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ସାହୁ ପ୍ରତିଦିନ ଖାଦ୍ୟରେ ପୁଷ୍ଟିକର ଖାଦ୍ୟ ସାମିଲ୍ କରି ବର୍ଜନୀୟ ଖାଦ୍ୟଠାରୁ ନିଜକୁ ଦୂରେଇ ସୁସ୍ଥ ଜୀବନଯାପନ କରିବାକୁ ଦୃଢୋକ୍ତି ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀ ମାନେ ଏହି ମେଳା ଆୟୋଜନ ଦ୍ୱାରା ବେଶ ଉତ୍ସାହିତ ଥିବା ପରିଲକ୍ଷିତ ହେଉଛି ।
Sign in
Sign in
Recover your password.
A password will be e-mailed to you.
Prev Post