ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର) : ସାରାଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ସ୍ୱାଧୀନତାର ତ୍ତଛ୍ୱାସ ବସ୍ତି ଅଞ୍ଚଳ ଜାରିଙ୍ଗିଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତିନିଦିନଧରି ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଉକ୍ତ ୱର୍ଡ଼ର ୧୩ଟି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁନେଇ ଉକ୍ତ ଅଞ୍ଚଳରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା।ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ବିଦ୍ୟାଳୟସ୍ତରରେ ଆଳୁଚାମଚ, ଦୌଡ଼, ପୁଚି, ସଙ୍ଗୀତ, ଚୌକି, ଗୀତ ଓ ବେଲୁନ୍ ଫଟାରେ ସୁକାନ୍ତ ମହାରଣା, ଶୁଭ୍ରାଂଶୁ ସାହୁ, ଶୁଭଶ୍ରୀ ନାହାକ, କାବେରୀ ନାୟକ,ସୌଭାଗ୍ୟଲକ୍ଷ୍ମୀ ସାହୁ ପ୍ରଥମ, ଝୋଟିରେ ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଥମ, ତ୍ରିଦେବ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ଯୁଗ୍ମ ଦ୍ୱିତୀୟ ଏବଂ ଶ୍ରୀକ୍ରିଷ୍ଣା ସ୍ୱୟଂ ସହାୟକ ଗୋଷ୍ଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପ୍ରଶଂସା ପତ୍ର, ଟ୍ରଫି ପ୍ରଦାନ କରାଯାଇଥିଲା। ଉକ୍ତ ସଭାରେ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ମୁଖ୍ୟ ଅତିଥି,କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ଦୋରା, ପଞ୍ଚାନନ ପଣ୍ଡା,ଭାବଗ୍ରାହୀ ମହାପାତ୍ର ଓ ରଞ୍ଜନ କୁମାର ଦାଶ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ।ମହାସଂଘ ତରଫରୁ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଜେନାଙ୍କ ସମେତ ବିଚାରକ ତଥା ସମ୍ମାନିତ ଅତିଥି ମାନଙ୍କୁ ଉପଢୌକନ ମେମେଣ୍ଟୋ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମ ରେ ଗୋଷ୍ଠୀ ସଂଗଠିକା ପୁଷ୍ପାଞ୍ଜଳି ମହାନ୍ତି ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସନ୍ଦିପ କୁମାର ପାଣିଗ୍ରାହୀ, ବରଦାପ୍ରସନ୍ନ ଦାସ ସହଯୋଗ କରିଥିଲେ। ଶ୍ରୀମୋହନ ମହାପାତ୍ର(ସିଟି ମିଶନ ମ୍ୟାନେଜର) ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.