ଦୁଇ ବାଇକ ମୁହାମୁଁହି, ତିନି ଗୁରୁତର।

0

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ/ କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ସିକରପାଇ ଓ ବୁଡ଼ାଗୁଡା ମଝି ରାସ୍ତାରେ ଦୁଇ ବାଇକ ମୁହାଁମୂହି ଧକ୍କାରେ ତିନି ଯୁବକ ଗୁରୁତର ହୋଇଥିବା ବେଳେ ଅନ୍ୟ ବାଇକର ତିନି ଦିନ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।ସୂଚନା ରୁ ପ୍ରକାଶଯେ ଆଜି ସିକରପାଇ ଠାରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥିଲା।ଉକ୍ତ ଯାତ୍ରାକୁ ଦେଖିବା ପାଇଁ କାଶୀପୁର ବ୍ଲକର ଗୁଡିବାଲି ଗ୍ରାମର ଭରତ ମଝି, ଗୋବିନ୍ଦ ମଝି,ପଦନା ମଝି ଯାତ୍ର ଦେଖି ନିଜ ବନ୍ଧୁ ଘର କରପା ପଂଚାୟତର ଟିକିରା ଗ୍ରାମକୁ ବୁଲିବା ପାଇଁ କାଇଥିଲେ।ସେଠାରୁ ନିଜ ଘରକୁ ଫେରିବା ବେଳେ ବୁଡ଼ାଗୁଡା ଗ୍ରାମ ଠାରୁ କିଛି ଦୂରରେ ଥିବା ମୁଖ୍ୟ ରାସ୍ତାରେ ସିକରପାଇ ଠାରୁ ଆସୁଥିବା ଏସ,ନବୀନଙ୍କ ବାଇକ ସହ ଧକ୍କା ହୋଇଥିଲା।ଘଟଣା ସ୍ଥଳରେ ପଡିଯାଇଥିଲେ।ତିନି ଯୁବକ ବସିଥିବା ଗୁରୁତର ହୋଇ ଥିବାବେଳେ ଅନ୍ୟ ବାଇକରେ ବସିଥିବା ପରିବାର ସାମାନ୍ୟ ଆହତ ହୋଇଥିଲେ।ପରେ ବାଟ ଦେଇ ଯାଉଥିବା ଲୋକେ ଆମ୍ବୁଲାନ୍ସ କୁ ଫନ କରିଥିଲେ।କିନ୍ତୁ ଆମ୍ବୁଲାନ୍ସ ନଥିବାରୁ ଅଗ୍ନିଶମ ବିଭାଗକୁ ଫନ କରିବା ପରେ ଗାଡି ଆସି ପହଞ୍ଚବା ବେଳକୁ ଏକ ଅଟରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରିବା ପରେ ଗୁରୁତର ଅବସ୍ଥାରେ ଜିଲ୍ଲା ସ୍ଵାସ୍ତ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା।

Leave A Reply

Your email address will not be published.