ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମଦିନ ଅବସରରେ ସେବା ସପ୍ତାହ ପାଳିତ

0

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ)-ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମଦିନ ଅବସରରେ ସେବା ସପ୍ତାହ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ପାଳିତ ହୋଇଯାଇଛି । ସେବା ସପ୍ତାହ ପାଳନ ଅବସରରେ ଏକ ମହତ୍ ରକ୍ତଦାନ ଶିବିର ଜିଲ୍ଲା ଯୁବ ସଭାପତି ଦେବଦ କରଙ୍କ ସଭାପତିତ୍ୱରେ ନିଶ୍ଚିନ୍ତକୋଇଲି ବଜାର ରାଧାକୃଷ୍ଣ କଲ୍ୟାଣୀ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା, ମାହାଙ୍ଗା ବିଜେପି ବିଧାୟକ ପ୍ରାର୍ଥୀ ଶାରଦା ପ୍ରଧାନ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଶିବିରକୁ ଉଦ୍‌ଘାଟନ କରିବା ସହ ରକ୍ତଦାନ କରିବା ଏକ ମହତ୍ କାର୍ଯ୍ୟ , ରକ୍ତ ଦାନ ଦ୍ୱାରା ଜଣେ ବ୍ୟକ୍ତି ଜୀବନ ବଂଚାଇବା ସମ୍ଭବ , ତେଣୁ ଯେଉଁ କର୍ମୀମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ ଶ୍ରୀ ପ୍ରଧାନ । ଆୟୋଜିତ ରକ୍ତଦାନ ଶିବିରରେ ମୋଟ୍ ୭୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଏହି କାର୍ଯ୍ୟକ୍ରମରେ କଟକ ଯୁବମୋର୍ଚ୍ଚା ପ୍ରଭାରୀ ବିକ୍ରମ ବିଶ୍ୱାଳ, ଯୁବମୋର୍ଚ୍ଚା ରାଜ୍ୟ ରାଜ୍ୟ ଉପସଭାପତି ପ୍ରଫୁଲ୍ଲ ସ୍ୱାଇଁ, ସଂଯୋଜକ ଭକ୍ତବତ୍ସଳ ବସ୍ତିଆ, ଯୁବନେତା ସନ୍ତୋଷ କାପ, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଲଲାଟେନ୍ଦୁ ପ୍ରଧାନ, ପ୍ରଣବ ମଲିକ, ଭବାନୀ ବେହେରା, ସୁକୁମାର ସାହୁ, ସୁରେଶ ବଳ, ମଣ୍ଡଳ ସଭାପତି ଅଶୋକ ସାହୁ, କୈଳାଶ ବେହେରା, ଭକ୍ତଚରଣ ସ୍ୱାଇଁ, ଅରୁଣ କୁମାର ସେଠୀ, ନିର୍ମଳ ରାଉତ, ରଞ୍ଜନ ରାଉତ, ସରପ ମଧୁସ୍ମିତା ରାଉତ, ହେମନ୍ତ ମଲିକ, ପ ।ୟତ ସଭାପତି ସୁଧାଂଶୁ ଭୂୟାଁ, ପୂର୍ବତନ ସମିତିସଭ୍ୟ ଭରତ ଦାସ ପ୍ରମୁଖ ଙ୍କ ସମେତ ବହୁ ବିଜେପି କର୍ମୀମାନେ ଉପସ୍ଥିତ ରହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉତ୍ସବ ସେବା ସପ୍ତାହ ପାଳନ ଅବସରରେ ବିଜେପିର ଏହି ମହତ୍ କାର୍ଯ୍ୟକ୍ରମକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.