ଓଡିଶା ରାଜ୍ୟ ସ୍ତରୀୟ ବରିଷ୍ଠ ବ୍ୟାଡମିଣ୍ଟନ ଚାମ୍ପିଆନସିପର ଶୁଭରମ୍ଭ

0

ରାୟଗଡରୁ ସରୋଜ କୁମାର ସାହୁ: ଓଡିଶା ରାଜ୍ୟ ସ୍ତରୀୟ ବରିଷ୍ଠ ବ୍ୟାଡମିଣ୍ଟନ ଚାମ୍ପିଆନସିପର ଆଜି ଶୁଭରମ୍ଭ ହୋଇଯାଇଛି l ସ୍ଥାନୀୟ ଇଣ୍ଡର ଷ୍ଟାଡିୟମ ଠାରେ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣlମେଣ୍ଟକୁ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେଵସିଂ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିବେକlନନ୍ଦ ଶର୍ମା ଯୋଗ ଦେଇ ପ୍ରଦ୍ବୀପ ପ୍ରଜ୍ଜ୍ଵଳନ କରି ଶୁଭ ଉଦଘାଟନ କରିଥିଲେ l ଏହି ଟୁର୍ଣ୍ଣାମେଣ୍ଟ ଆଜି ତା. ୨୩/୦୯/୨୨ରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ତା.୨୫/୦୯/୨୨ରିଖ ପର୍ଯ୍ୟନ୍ତ ଚାଲିବ l
ଏଥିରେ ରାଜ୍ୟର ସମସ୍ତ ୩୦ଗୋଟି ଜିଲ୍ଲାର ମୋଟ ୧୮୭ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ସେଥିରୁ ୨୩ଜଣ ମହିଳା ପ୍ରତଯୋଗୀ ସାମିଲ ହୋଇଛନ୍ତି l ଏହି ପ୍ରତିଯୋଗୀତାକୁ ପରିଚାଳନା କରିବା ନିମନ୍ତେ ରାଜ୍ୟସ୍ତରରୁ ମାନସ ରଞ୍ଜନ ଦାଶ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେଖ ଆଲେନୁର, ରାୟଗଡ ବ୍ୟାଡମିଣ୍ଟନ ସେକ୍ରେଟାରୀ ସୁରେଶ ଚନ୍ଦ୍ର ପଣ୍ଡା, ଡ଼ିଡିସି ସଂଯୋଜକ ମନୋଜ କୁମାର ପାଢୀ, କୋଷାଧ୍ୟକ୍ଷ ଜେ. ଧର୍ମା, ଉପସଭାପତି ଚାନ୍ଦୁ ଏବଂ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.