ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲାର ଜେକେ କାଗଜକଳ ତରଫରୁ ଜେକେପୁର ଠାରେ ଥିବା ଏସ. ସି. ଜୈନ ମେମୋରିଆଲ ହଲରେ ଗତ ଦୁଇ ଦିନ ଧରି ୩୧ତମ “କ୍ୱାଲିଟି ସର୍କଲ କୋରାପୁଟ ଚାପ୍ଟର” ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଲାଞ୍ଜିଗଡ଼ ଠାରେ ଥିବା ବେଦାନ୍ତ ଆଲୁମିନିୟମ, ଟିକିରି ଦୋରାଗୁଡା ଠାରେ ଥିବା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ଼, ଦାମୋନଯୋଡି ଠାରେ ଥିବା ନାଲକୋ ଓ ଜେଜେ ପେପର୍ ମିଲ୍ସ ଇଣ୍ଡଷ୍ଟ୍ରି ସମୁହର ୨୯ଟି ଗ୍ରୁପ ଭାଗ ନେଇଥିଲେ । ଉକ୍ତ ସମ୍ମିଳନୀର ପ୍ରଥମ ଦିବସରେ ଶ୍ରୀ ଅନୁରାଗ ତିୱାରୀ, ଚିଫ୍ ଅପରେଟିଂ ଅଫିସର, ବେଦାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦ୍ଵୀପ ପ୍ରଜ୍ଜ୍ଵଳନ କରି ଶୁଭ ଉଦଘାଟନ କରିଥିଲେ । ଦ୍ଵିତୀୟ ଦିବସର ସମାପନ କାର୍ଯ୍ୟକ୍ରମରେ ଜେକେ କାଗଜକଳର କାର୍ଯ୍ୟନିର୍ବାହୀ ଉପ ସଭାପତି ଶ୍ରୀ ବିନୟ ଦ୍ଵିବେଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ସମ୍ମିଳନୀର ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ସ୍ୱରୂପ ଟ୍ରଫି ପ୍ରଦାନ କରିଥିଲେ। ଏହିଅବସରରେ “ଇଣ୍ଟିଗ୍ରେଟେଡ଼ କ୍ୱାଲିଟି କନସେପ୍ଟ ଦି ଗେଟ ୱେ ଟୁ ଗ୍ଲୋବାଲ ଲିଡ଼ରସିପ” ବିଷୟ ବସ୍ତୁ ଉପରେ ହୋଇଥିବା ପ୍ରତିଯୋଗିତାରେ ବେଦାନ୍ତର ରେସର ଟିମ୍ ପ୍ରଥମ ହୋଇ ଥିବା ବେଳେ ଜେକେ କାଗଜ କଳର ସ୍ପାର୍କଲ ଟିମ୍ ଦ୍ଵିତୀୟ ଓ ନାଲକୋର ଡିସ୍କଭରି ଟିମ୍ ତୃତୀୟ ସ୍ଥାନ ଅଧିକାର କରି ଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ସନ୍ଦୀପ ପାଣ୍ଡେ (ଜୀଏମ, ଏଚଆଇର) ଓ ଅନ୍ୟାନ୍ୟ ଅଧିକାରୀ ମନେ ଉପସ୍ଥିତ ଥିବା ବେଳେ ଶ୍ରୀ ରାଧାକୃଷ୍ଣ ଝା (ଡିଜିଏମ, ଏଚଆରଡି) ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.