ଭଞ୍ଜନଗର: ବୁଧବାର ଭୋର ସକାଳ ସମୟରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଗୋଚ୍ଛାବାଡ଼ି ଗ୍ରାମରୁ ଏକ ହୋଣ୍ଡା ସିଟି କାର ମଧ୍ୟରୁ ୧୨୦ କେନି ଗଞ୍ଜେଇ ଜବତ କରିଛି। ଘଟଣା ପ୍ରକାରେ,ଭଞ୍ଜନଗର ରୁ ହୋଣ୍ଡା ସିଟି କାର ଟି ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଗୁଇନ୍ଦା ବିଭାଗ ଏହାକୁ ପିଛା କରିଥିଲା। ଫଳରେ କାର ଚାଳକ ଓ ଅନ୍ୟ ମାନେ ଗୋଚ୍ଛାବାଡ଼ି ଗ୍ରାମ ମଧ୍ୟରେ କାରଟିକୁ ଛାଡି ଫେରାର ହୋଇଯାଇଥିଲା। ଅବକାରୀ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କାରଟି ଜବତ କରିଥିବା ବେଳେ ସେଥିରୁ ୧୨୦ କେଜି ଗଞ୍ଜେଇ ଜବତ କରିଛି। କାରଟି ପଶ୍ଚିମବଙ୍ଗ ରାଜ୍ୟର ହୋଇଥିବା ବେଳେ ଡୁପ୍ଲିକେଟ ଓଡ଼ିଶା ନମ୍ବର ଵ୍ୟଵହାର କରାଯାଇ ଗଞ୍ଜେଇ ଚାଲାଣ କରାଯାଉଥିବା ଦେଖିବାକୁ ମିଳିଥିଲା। କନ୍ଧମାଳ ରୁ ପଶ୍ଚିମବଙ୍ଗ ରାଜ୍ୟ ଅଭିମୁଖେ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.