ଜଗତସିଂହପୁର/ସୁମନ୍ତ କୁମାର ଦାସ: ସ୍ୱାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଓ ଗାନ୍ଧୀଜିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ପାଳିତ ହେଉଥିବା ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ଓଡିଶାର ବିଶିଷ୍ଟ ଭIସ୍କର୍ଯ୍ୟ ଶିଳ୍ପୀ ରବି ନାରାୟଣ ରଥଙ୍କ ଦ୍ୱାରା ୧୫୦ ଟି ସ୍କୁଲରେ ଲାଇଭ ପ୍ରୋଟେଟ ଅଫ ଗାନ୍ଧିଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମ ଦୁଇବର୍ଷ ପୂର୍ବରୁ ଶ୍ରୀଯୁକ୍ତ ରଥଙ୍କ ଉଦ୍ୟମରେ ଆରମ୍ଭ ହୋଇ ଆସନ୍ତା ଗାନ୍ଧୀ ଜୟନ୍ତୀରେ କଟକର ସହିଦ ଭବନରେ ଉଦଯାପନି ଉତ୍ସବରେ ସମାପ୍ତ ହେବ । ଓଡ଼ିଶାର ବିଭିନ୍ନ ଜିଲାରେ ୧୫୦ ଟି ବିଦ୍ୟାଳୟରେ ଶ୍ରୀଯୁକ୍ତ ରଥଙ୍କ ଦ୍ୱାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ବୈଷ୍ନବ ଜନକ ତେରେ ପହିଓରେ ଗୀତର ଧୂନରେ ୧୦ ମିନିଟି ଭିତରେ ମାଟି ଦ୍ୱାରା ସେ ଗାନ୍ଧୀଜିଙ୍କ ପ୍ରତିମୁର୍ତି ତିଆରି କରି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗାନ୍ଧୀ ଭାବ ସୃଷ୍ଟି କରିବା ସହିତ ଗାନ୍ଧୀଜିଙ୍କ ବାର୍ତା ବାଣ୍ଟିବା ଓ ଗାନ୍ଧୀଜିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପିଲାମାନଙ୍କୁ ଉପଦେଶ ଦେଉଛନ୍ତି । ଏହି ଅବସରରେ ଆଜି ଜଗତସିଂହପୁର ସଦର ମହକୁମାର ବିଭିନ୍ନ ବିଦ୍ୟାଳୟରେ ଶ୍ରୀଯୁକ୍ତ ରଥଙ୍କ ଦ୍ୱାରା ଏହି ଲାଇଭ ପ୍ରୋଟେଟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ବିଦ୍ୟାଳୟ ମଧ୍ୟରେ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ,ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ,ସୁଧାନନ୍ଦ ବିଦ୍ୟାଳୟ ଓ ଡ୍ରିମ ଇଣ୍ଡିଆ ସ୍କୁଲ ପରିସରରେ ଶ୍ରୀଯୁକ୍ତ ରଥ ଗାନ୍ଧିଜୀଙ୍କ ମୂର୍ତି ତିଆରି କରି ଓ ଗାନ୍ଧିଜୀଙ୍କ ନୀତି ,ଆଦର୍ଶ ପିଲାମାନଙ୍କୁ ଶିକ୍ଷ୍ୟା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଉପରୋକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଯଥା ସୁଭାଷ ଚନ୍ଦ୍ର ରାଉତ ,ଶୁକଦେବ ସାହୁ ,ବିଶ୍ୱଜିତ ସ୍ୱାଇଁ ,ବନମାଳୀ ବେହେରାଙ୍କ ସମେତ ସହକାରୀ ଶିକ୍ଷକଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ଶ୍ରୀଯୁକ୍ତ ରଥଙ୍କୁ ବେଶ ପ୍ରସଂସା କରିଛନ୍ତି । ଏହି ଉତ୍ସବ ଅକ୍ଟୋବର ୨ ତାରିଖ ଗାନ୍ଧୀଜୟନ୍ତୀରେ କଟକର ସହିଦଭବନଠାରେ ପରିସମାପ୍ତି ହେବ ବୋଲି ଶ୍ରୀଯୁକ୍ତ ରଥ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.