ବାସୁଦେବପୁର- ଓଡ଼ିଶା ମୋ ପରିବାର ଆନୁକଲ୍ୟରେ ସେଚ୍ଛାକୃତ ରକ୍ତଦାନ ଶିବିର ବାରପୁର ମହାବିଦ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି ll ଏଠାରେ ମୁଖ୍ୟ ଅତିଥି ଭାବେ ଏହି ଶିବିରକୁ ଉଦଘାଟନ କରିଥିଲେ ବିଧାୟକ ବ୍ରିଷ୍ଣୁବ୍ରତ ରାଉତରାୟ । ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ଏହି ରକ୍ତ ଦାନ ଶିବିର ରେ ଅନେକ ରକ୍ତ ଦାତା ସେଚ୍ଛାକୃତ ଭାବ ରେ ରକ୍ତ ଦାନ କରିଥିଲେ। ଏହି କାର୍ଯ୍ୟ କର୍ମ ରେ ଉପସ୍ଥିତ ଥିଲେ ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ ଓ ଜୀବନ ବିନ୍ଦୁ ଜିଲ୍ଲା ମୁଖ୍ୟ ଅଜୟ ନାୟକ ଓ ବ୍ଲକ୍ ସଭାପତି ଦୀନବନ୍ଧୁ ଦାସ ଓ ବାସୁଦେବପୁର ବିଜୁ ଯୁବ ସଭାପତି ଦେବଦର୍ଶନ ଦାଶ ଓ ଛାତ୍ର ସଭାପତି କାଳନ୍ଦୀ ସାହୁ , ଯୁବ ବିଜେଡ଼ି ନଗର ସଭାପତି ମାନସ ରଞ୍ଜନ ସାହୁ, ଉପ ସଭାପତି ସମ୍ବିତ ମହାନ୍ତି ନିର୍ବାଚିତ ପ୍ରତିନିଧି, ଜିଲ୍ଲା ପରିଷଦ ସଭ୍ୟ,ଏବଂ ବିଜୁ ଜନତା ଦଳର ଅନ୍ୟନେତୃବୃନ୍ଦ ଉପସ୍ଥିତ ରହି ସଫଳ କରାଇଥିଲେll ଏହି ରକ୍ତ ଦାନ ଶିବିର ରେ ୧୯୧ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଆଗାମୀ ଦିନରେ ଅନ୍ୟ ଜୋନ ମାନଙ୍କ ରେ କାର୍ଯ୍ୟ କର୍ମ ହେବ ବୋଲି ସ୍ଥାନୀୟ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post