ଗ୍ରାମିଣ ଡାକ ସେବକ ଙ୍କ ଅକାଳ ବିୟୋଗରେ,ମର୍ମାହତ ଗେଡମା ପଞ୍ଚାୟତବାସୀ

0

ହାଟଡିହି ମକରଧ୍ବଜ ଯେନା: କେଉଁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ଗେଡମା ପଞ୍ଚାୟତର ଗେଡମା ଗ୍ରାମିଣ ଡାକ ବ୍ରାଞ୍ଚ୍ ପୋଷ୍ଟ ମାଷ୍ଟର ଗୋଲକ ବିହାରୀ ଦାସ ବୟସ (୫୫) ଙ୍କ ଅକାଳ ବିୟୋଗ ଘଟିଛି।ସେ ଗତ ଛଅ ମାସ ପୂର୍ବରୁ ଶ୍ରୀରାମ ହସ୍ପିଟାଲ୍, ବାଲେଶ୍ବର ଘରୋଇ କ୍ଲିନିକ୍ ରେ କିଡିନ୍ ଷ୍ଟୋନ୍ ଅସ୍ତ୍ରୋପଚାର ହୋଇଥିଲେ।ପରେ ସେହି ସ୍ଥାନର ଘା ନଶୁଖିବାରୁ ଗତ ଶନିବାର ଠାରୁ ଗ୍ୟାଷ୍ଟ୍ରୋ ଏଣ୍ଡ କିଡିନ୍ କେୟାର ,ନୟାପଲ୍ଲି ଭୁବନେଶ୍ବର ରେ ଚିକିତ୍ସାଧିନ ଅବସ୍ଥା ରେ ତାଙ୍କର ଦେହାନ୍ତ ହୋଇଥିଲା।ତାଙ୍କ ମରଶରୀରକୁ ଏକ ସୁସଜ୍ଜିତ ବିମାନରେ ଗ୍ରାମ ପରିକ୍ରମା ସହିତ ଶେଷ ଦର୍ଶନ ନିମନ୍ତେ ଗେଡମାସ୍ଥିତ ବାସ ଭବନରେ ରଖାଯାଇ ଗାଁ ମଶାଣୀ ରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା।ପୁତୁରା ବିଭୁତି ଭୂଷଣ ଦାସ ମୁଖାଗ୍ମୀ ଦେଇଥିବା ବେଳେ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ କନ୍ୟା ଅଲିଭା ଦାସ( ୨୨) ଓ ଅନନ୍ୟା ଦାସ(୧୪) ସମ୍ପର୍କୀୟ ମାନସ ଦାସ,ଜୀବନକୃଣ୍ଣ ଦାସ,ଜଗବନ୍ଧୁଦାସ,ଅମିତି ଦାସ, ଗେଡମା ସରପଞ୍ଚ ସିଲାରାଣୀ କାଣ୍ଡି,ସମାଜ ସେବି ବାବୁଲା କାଣ୍ଡି,ସୁନିଲ୍ ମହାନ୍ତି,ଡାକ ସହ କର୍ମୀ କୋଦଣ୍ଡଧର ନାୟକ,ଦୈତାରୀ ବେହେରା,ଭଦ୍ରତନୁ ସା,ବିଜୟ ପହି,ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପ ମାଳ ଦେଇ ଶେଷ ଦର୍ଶନ କରିଥିଲେ। ଜଣେ କର୍ତ୍ତବ୍ୟ ନିଷ୍ଟା ଓ ଗେଡମା ପଞ୍ଚାୟତର ଦକ୍ଷ ସମାଜସେବକ,ଗ୍ରାମର ସୁଚିନ୍ତକ ଭାବରେ ପ୍ରଜ୍ୟଳିତ ଦୀପଟି ଲିଭି ଯିବାରୁ ଗେଡମା ପଞ୍ଚାୟତବାସୀ ମର୍ମାହତ ହୋଇପଡିଛନ୍ତି।

Leave A Reply

Your email address will not be published.