ବହୁରୂପୀ ଏଣ୍ଡୁଅ ମୋଦି ନବୀନଙ୍କ ଜନ୍ମଦିନ

0

ଅନୁଗୁଳ : ମୋଦି ଓ ନବୀନ, ପୁଣି ବହୁରୂପୀ ଏଣ୍ଡୁଅ ! ଶୁଣି ଟିକେ ଅଖାଡୁଆ ଲାଗିପାରେ | ହେଲେ ବହୁରୂପୀ ଏଣ୍ଡୁଅ ମୋଦି ନବୀନଙ୍କ ଜନ୍ମଦିନ ଆଜି ପାଳିତ ହୋଇଛି | ଅନୁଗୁଳ ମାନବ ସେବାଶ୍ରମ ରେ ପ୍ରତିଷ୍ଠାତା ଚିନ୍ମୟୀ ଦାସଙ୍କ ଉପସ୍ତିତିରେ ପାଳିତ ହୋଇଛି ବହୁରୂପୀ ଏଣ୍ଡୁଅ ମୋଦି ଓ ନବୀନଙ୍କ ଜନ୍ମ ଦିନ | କିଛି ଦିନ ହେବ ମାନବ ସେବାଶ୍ରମ କୁ ତିନି ଗୋଟି ବହୁରୂପୀ ଏଣ୍ଡୁଅ କ୍ରମାଗତ ଭାବେ ପ୍ରବେଶ କରିଥିଲେ | ଅନଗୁଳ ବନ ବିଭାଗକୁ ଗୋଟିଏ ହସ୍ତାନ୍ତର କରିଥିବା ବେଳେ ଆଉ ଦୁଇଟା ପୁଣି ଆସିଲେ | ଆଜି ତାଙ୍କର ଜନ୍ମଦିନ ପାଳନ ଅବସରରେ କେକ୍, ମିଠା, ବନ୍ଦାପନା କରାଯାଇ ନିକଟସ୍ଥ ଜଙ୍ଗଲରେ ଛାଡିଦେଇଛନ୍ତି ମାନବ ସେବାଶ୍ରମ କର୍ତ୍ତୃପକ୍ଷ | ଏଭଳି ବିରଳ ପ୍ରାଣୀଙ୍କୁ ସେମାନଙ୍କ ପରିବେଶ ରେ ଛାଡି ବଂଶ ବୃଦ୍ଧି କରିବାକୁ ଦେବା ପାଇଁ ଅନୁରୋଧ କରିବା ସହ ବହୁରୂପୀ ଏଣ୍ଡୁଅଙ୍କ ନାମକରଣକୁ ଖରାପ ଅର୍ଥରେ ନନେଇ ସୁନ୍ଦର ଅର୍ଥ ରେ ନେବାପାଇଁ ଅନୁରୋଧ କରିଛନ୍ତି ମାନବ ସେବାଶ୍ରମର ପ୍ରତିଷ୍ଠାତ୍ରୀ ଚିନ୍ମୟୀ |

Leave A Reply

Your email address will not be published.