ବୁଧବାର ଦିନ ଗଜପତି ଜିଲ୍ଲାରେ ପହଞ୍ଚିବ ଅହିଂସା ରଥ

0

ପାରଳାଖମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିକୁ ସ୍ମରଣ ଊଦ୍ଦେଶ୍ୟରେ ସାରା ରାଜ୍ୟରେ ଗତ ୧୫ ଅଗଷ୍ଟରୁ ଅହିଂସା ରଥ ପରିକ୍ରମା କରୁଚ୍ଥି। ଏହି କ୍ରମରେ ବୁଧବାର ପୂର୍ବାହ୍ନରେ ୨ ଗୋଟି ଅହିଂସା ରଥ ଗଜପତି ଜିଲ୍ଲାରେ ପହଞ୍ଚିବ। ଗାନ୍ଧିଜୀଙ୍କ ପରିଦର୍ଶନ ସ୍ଥାନ ପାରଳାଖମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯିବା ପରେ ଜିଲ୍ଲାର ୭ ଗୋଟି ବ୍ଲକ୍ ଓ ପାରଳାଖମୁଣ୍ଡି ପୌରପରିଷଦ ଓ କାଶୀନାଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପରିକ୍ରମା କରିବା ସହ ସ୍ୱାଧୀନତା ସଂଗ୍ରାମର ଗାଥା ଚଳଚିତ୍ର ମାଧ୍ୟମରେ ପ୍ରସାର କରିବ।
ସ୍ୱାଧୀନତା ସଂଗ୍ରାମ ସହ ଜଡିତ ସ୍ମୃତି ଅଞ୍ଚଳରେ ବିଶେଷ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବା ସହ ବୁଧବାର ଠାରୁ ଗୁରୁବାର ଦୁଇ ଦିନ ଧରି ଏହି ରଥ ଜିଲ୍ଲା ପରିକ୍ରମା କରିବ। ରହଣି ସ୍ଥାନରେ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ସହ ଭିଡିଓ ପ୍ରଦର୍ଶନ , ସଭା , ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ। ଏ ନେଇ ଆବଶ୍ୟକ ପ୍ରସ୍ତୁତି ତଥା ଅହିଂସା ରଥ ଯାତ୍ରାକୁ ସୁଗମ ଓ ଶୃଙ୍ଖଳିତ କରିବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଚ୍ଥନ୍ତି ।
କାର୍ଯ୍ୟକ୍ରମରେ ଜନ ପ୍ରତିନିଧି , ଅଙ୍ଗନୱାଡି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ , ସ୍ୱେଚ୍ଚ୍ଥାସେବୀ ଓ ଚ୍ଥାତ୍ରଚ୍ଥାତ୍ରୀଙ୍କୁ ସାମିଲ ହେବାକୁ ନିବେଦନ କରାଯାଇଚ୍ଥି। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଆନନ୍ଦ ନେବା ସହ ଅହିଂସା ଓ ଦେଶପ୍ରେମରେ ଊଦ୍‌ବୁଦ୍ଧ ହେବାପାଇଁ ଜିଲ୍ଲା ପ୍ରଶାସନ ତରପଂରୁ ନିବେଦନ କରାଯାଇଚ୍ଥି।

Leave A Reply

Your email address will not be published.