ଜନଶିକ୍ଷଣ ସଂସ୍ଥାନ ନୟାଗଡ଼ ଶାଖା ଦ୍ବାରା ପ୍ରଶିକ୍ଷାର୍ଥୀମାନକୁ ପ୍ରମାଣ ପତ୍ର ପ୍ରଦାନ

0

ନୟାଗଡ଼(ବିଶ୍ଵଜିତ ନାୟକ) -ଗତ କାଲି ପବିତ୍ର ବିଶ୍ଵକର୍ମାଙ୍କ ତିଥିରେ ଜନଶିକ୍ଷଣ ସଂସ୍ଥାନ ନୟାଗଡ଼ ସାଖା ଦ୍ଵାରା ପରିଚାଳିତ ବିଭିନ୍ନ ବର୍ଗର ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷଣ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ।ଏହି ଶିବିରରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ଗୁରୁପ୍ରସାଦ ଜେନା ଉପାଧ୍ୟକ୍ଷ ପୌରପରିଷଦ ନୟାଗଡ଼ , ସମ୍ମାନିତ ଅତିଥି ଭାବେ ଇଂ. ଆଦିତ୍ୟ ପ୍ରସାଦ ପାତ୍ର ଅଧ୍ୟକ୍ଷ ସରକାରୀ ପଲିଟେକନିକ ଓ ଶ୍ରୀଯୁକ୍ତ ଇଂ. ଯବାନ ଦାସ ଅଧ୍ୟକ୍ଷ ଶିଲ୍ପ ତାଲିମ କେନ୍ଦ୍ର ନୟାଗଡ଼ ଏବଂ ଜନଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଧାଂଶୁ ମୋହନ ମହାରଥାଙ୍କ ଅଧ୍ୟକ୍ଷତାରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଆଜିର ଯୁବ ପିଢ଼ି ପ୍ରଶିକ୍ଷଣ ନେଇ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ଜୀବନ ଜୀବିକା କିପରି ସୁଙ୍ଖଳିତ ହୋଇପାରିବ ତା ଉପରେ ଆଲୋକ ପାତ କରାଯାଇଥିଲା ।ଏହି ଶିବିରକୁ ପରିଚାଳନା କରିଥିଲେ ଜନଶିକ୍ଷଣ ସଂସ୍ଥାନ ନୟାଗଡ଼ ଶାଖାର ପ୍ରକଳ୍ପ ସଂଯୋଜକ ଗଣେଷ କୁମାର ସାହୁ ।

Leave A Reply

Your email address will not be published.