କାଶୀପୁର ବ୍ଲକ ମାଁ ମାଣିକେଶ୍ୱରୀ ଚିତ୍ର କଳାକାର ସଂଘ ପକ୍ଷରୁ ମହାପ୍ରଭୁ ବିଶ୍ଵସକର୍ମା ପୂଜା ପାଳିତ ।

0

କାଶୀପୁର ରୁ ବୈକୁଣ୍ଠ ଦୁରିଆ: ମହାପ୍ରଭୁ ବିଶ୍ଵକର୍ମା ପୂଜା ଉପଲକ୍ଷେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ବିଭିନ୍ନ କାରିଗର,ଚିତ୍ରକାର ଓ କଲକାର ମାନେ ପ୍ରଥମକରି ସଂଗଠିତ ହୋଇ ମିଳିତ ଭାବେ ମହାପ୍ରଭୁ ଶ୍ରୀ ବିଶ୍ଵକର୍ମା ଙ୍କ ଭବ୍ୟ ପୂଜାର୍ଚନାରେ ହର୍ଷଉଲ୍ଲାସ ଭାବେ ତା ୧୭/୯/୨୦୨୨ ରିଖ ଶନିବାର ଦିନ ପାଳିତ କରାଯାଇଛି।
ମୁଖ୍ୟ ବିଷୟ ହେଲା! କାଶୀପୁର ବ୍ଲକ ର ଚିତ୍ର କାରିଗର, କଳାକାର ମାନେ ପ୍ରଥମ କରି ଏକତ୍ରିତ ହୋଇ ,ସମସ୍ତ ଚିତ୍ର କଳାକାର ଏକ ସାଙ୍ଗଠନିକ ଭାବେ କାଶୀପୁର ବ୍ଲକ ମାଁ ମାଣିକେଶ୍ୱରୀ ଚିତ୍ର କଳାକାର ସଂଘ ଗଠନ କରାଯାଇଥିଲା ।ନିଜ ନିଜ କାର୍ଯ୍ୟ ବ୍ୟସ୍ତତା ରେ କିମ୍ବା କୌଣସି କାରଣରୁ ପୂର୍ବରେ ଏହି ଚିତ୍ର କଳାକାର ମାନେ କେବେ ଏକତ୍ରିତ ଭାବେ ଯୋଗ ଦେଇ ସଂଘବଦ୍ଧ ଭାବେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିନଥିବାର ଅନୁମାନ ହେଉଥାବା ସ୍ଥଳେ ,କାଶୀପୁର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମିଳିତ ଭାବେ ସମସ୍ତଙ୍କ ସହଯୋଗ କ୍ରମେ ଚଳିତ ବର୍ଷ ପ୍ରଥମ ଥର ପାଇଁ ପ୍ରଭୁ ବିଶ୍ଵସକର୍ମାଙ୍କ ପୂଜା ଆୟୋଜନ ଓ ପୂଜାର୍ଚ୍ଚନା ସାଫଲ୍ୟ ହୋଇଥିବା ହେତୁ ସମସ୍ତ କାରିଗର କଳାକାର ବୃନ୍ଦ ଉସ୍ଛାହିତ ହେବାସହ ନିକଟ ଭବିଷ୍ୟତରେ କାଶୀପୁର ବ୍ଲକ କାରିଗର କଳାକାର ସଂଘ ଗଡ଼ିବାର ସଂକଳ୍ପ ନେଇ ପ୍ରତିବର୍ଷ ଏହି ଭଳି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅନେକ ପୂଜାର୍ଚ୍ଚନା ମିଳିତ ଭାବେ କରିବେ ବୋଲି ଦର୍ଶାଇଛନ୍ତି।
ଏହି ପରିପେକ୍ଷିରେ ମାଁ ମାଣିକେଶ୍ୱରୀ ଚିତ୍ର କଳାକାର ସଙ୍ଘ ପକ୍ଷରୁ ଅଶ୍ୱିନୀ କୁମାର ଗୋପାଳ, ଅରୁନ କୁମାର ମାଝୀ, ବାବୁ ବିଶି, ସଞ୍ଜୟ ସିଂ, ପରମେଶ୍ୱର ଗଉଡ଼, ସଦାଶିବ ଗଉଡ଼ ଏବଂ ଅଂଚଳର ସମସ୍ତ କାରିଗର କଳାକାର ସଭ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.