ଏବିଟିୱାଇପି ଦ୍ୱାରା ରକ୍ତଦାନ ଶିବିର ଆୟୋଜିତ

0

ଭୁବନେଶ୍ୱର: ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ ଏବଂ ତେରାପନ୍ଥ ଯୁବକ ପରିଷଦ, ଭୁବନେଶ୍ୱର ପକ୍ଷରୁ ଭୁବନେଶ୍ୱର ଶାଖା ଅଧିନରେ ଭୁବନେଶ୍ୱର, ପୁରୀ, ବାଲେଶ୍ୱର ତଥା ବାରିପଦା ଆଦି ସ୍ଥାନରେ ୧୧ଟି କ୍ୟାମ୍ପ ଆୟୋଜିତ ହୋଇଯାଇଅଛି ଯେଉଁଥିରେ ୨୦୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଜୈନସନ୍ଥ ଆଚାର୍ଯ୍ୟ ମହାସୀମାଙ୍କ ଶିଷ୍ୟ ଡ଼ଃ ମୁନି ଜ୍ଞାନେନ୍ଦ୍ର କୁମାର ନମସ୍କାରନ ମହାମନ୍ତ୍ର ଗାନକରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ତେରାପନ୍ଥ ଯୁବକ ପରିଷଦ, ଭୁବନେଶ୍ୱର ଶାଖାର ସଭାପତି ବିବେକ ବେତାଲା, ଏମ୍ବିଡିଡିର ସଂଯୋଜକ ରତନ ମାଣୋତ ଏବଂ ସହ ସଂଯୋଜକ ମୋହିତ ଦୁଗାଡ ତଥା ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି କ୍ୟାମ୍ପଗୁଡିକୁ କ୍ୟାବିନେଟ୍ ମନ୍ତ୍ରୀ ରାଜୁଭାଇ(ରାଜେନ୍ଦ୍ର) ଢୋଲକିଆ, ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଭୁବନେଶ୍ୱରର ମେୟର ସୁଲୋଚନା ଦାସ ଉଦ୍ଘାଟନ କରିଥିଲେ ।

Leave A Reply

Your email address will not be published.