ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ଶନିବାର ଦିନ ) ଠାରୁ ରାଜ୍ୟରେ ୩୦ଟି ଜିଲ୍ଲାରେ ପେପରଲେସ୍ କୋର୍ଟ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ମାନ୍ୟବର ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ଉଦଘାଟନ କରିଛନ୍ତି।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ୩୦ ଜିଲ୍ଲା ଭିଡିଓ କନ୍ଫୋରେଂସିଂରେ ଜଡିତ ହୋଇଥିଲେ| ସମସ୍ତ ଜିଲ୍ଲା କୋର୍ଟକୁ ପେପରଲେସ କରିବାକୁ ଇ-ଫାଇଲିଂ ଓ ଇ-ଡକ୍ୟୁମେଣ୍ଟ ଦାଖଲ ପାଇଁ ହାଇକୋର୍ଟ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି।
ଆଜିର କାର୍ଯ୍ୟକ୍ରମରେ ସିଜେଆଇଙ୍କ ବ୍ୟତୀତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଏମ ଆର ଶାହ , ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାପରତି ଜଷ୍ଟିସ ଏସ.ମୁରଲୀଧରଙ୍କ ସହିତ ଅନ୍ୟ ବିଚାରପତିମାନେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ମଧ୍ୟ ଭିଡିଓ କନ୍ଫୋରାନସିଂ ରେ ଜଡିତ ହୋଇଥିଲା। କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଜିଲ୍ଲା କୋର୍ଟର ବିଚାରପତି ପ୍ରଣବ କୁମାର ରାଉତରାୟ , ପରିବାର ଅଦାଲତ ବିଚାରପତି ସୁବ୍ରତ ମହାନ୍ତି , ସିଜେଏମ୍ ମାନସ କୁମାର ପଣ୍ଡା , ଜେଏଲଏସଡି ସନ୍ତୋଷ କୁମାର ଅଗ୍ରୱାଲ , ରେଜିଷ୍ଟାର ସତ୍ୟବ୍ରତ ରଣା , ସେକ୍ରେଟାରୀ ଡିଏଲଏସଏ ରବି ନାରାୟଣ ବେହେରା , ଏସଡିଜେଏମ୍ ବର୍ଷା ଶର୍ମା , ଜେଏମ୍ଏଫସି ସୁବ୍ରତ ବେହେରା ଓ ସେକ୍ରେଟାରୀ ବାର୍ ଆସୋସିଏସନ୍ କ୍ରିଷ୍ଣା ମୋହନ ପଟ୍ଟନାୟକ ଓ କୋର୍ଟର ସମସ୍ତ କର୍ମଚାରୀ ଭିଡ଼ିଓ କନଫରେନ୍ସ ଜଡିତ ହୋଇଥିଲେ। ପେପରଲେସ କୋର୍ଟ ବ୍ୟବସ୍ଥା ଫଳରେ ଇ-ଫାଇଲିଂ, ଇ-ଡକ୍ୟୁମେଣ୍ଟ , ଇ-ପେମେଣ୍ଟ ସୁବିଧା ଜନସାଧାରଣ ପାଇପାରିବେ।
ଉଲ୍ଲେଖଯୋଗ୍ୟ ଯେ, ହାଇକୋର୍ଟର ପ୍ରଥମ ପେପରଲେସ କୋର୍ଟ ହେଉଛି ମୁଖ୍ୟବିଚାରପତିଙ୍କ କୋର୍ଟ। ଏହାକୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୁଡ ୨୦୨୧ ସେପ୍ଟେମ୍ବର ୧୧ ରେ ଉଦଘାଟନ କରିଥିଲେ। ପରବର୍ତ୍ତୀ ସମୟରେ ହାଇକୋର୍ଟର ଆଉ କେତେକ ଖଣ୍ଡପୀଠ ପେପରଲେସ ହୋଇଛି।
Sign in
Sign in
Recover your password.
A password will be e-mailed to you.
Next Post