କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ-ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକକୁ ଚଳିତ ମାସ ୧୭ତାରିଖରେ ଆସୁଥିବା ଅହିଂସା ରଥକୁ ସ୍ୱାଗତ ପାଇଁ ସରକାରୀ ଉଚ୍ଚ ବିଦ୍ୟାଳୟ ରସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।ଏଥିରେ ସମିତି ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡ଼ିଓ ତାପସ କୁମାର ଭୋଇ,ସମିତି ସଭ୍ୟା ମିନାକା ପଦ୍ମା,ଜିଲାପରିସଦ ସଭ୍ୟ ବି ୱାରା ପ୍ରସାଦ ରାଓ, ଏଏସ ଆଇ ଅଶୋକ କୁମାର ନାୟକ, ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଆଚାରି ଶବର, ଆଇ ସିଡିଏସ ସୁପରଭାଇଜର ନଳିନୀ ବୈରାଗୀ,ବିପିଏମ କଳ୍ପତରୁ ବେହେରା ମଞ୍ଚାସିନ ରହିଥିଲେ । ଚଳିତ ମାସ ୧୭ତାରିଖ ଶନିବାର ଦିନ କାଶୀପୁର ବ୍ଲକ ଠାରୁ କଲ୍ୟାଣସିଂହପୁର ବ୍ଲକର ସିକରପାଇ ଠାରେ ଅହିଂସା ରଥ ଅପରାହ୍ନ ପ୍ରାୟ ୪ଟା ରେପହଞ୍ଚିବ ।ସେହି ଠାରେ ଜିପିଓ ମାନସ ରଞ୍ଜନ ପ୍ରଧାନ ଙ୍କ ପରିଚାଳନାରେ ଅହିଂସା ରଥକୁ ସ୍ୱାଗତ କରିବା ପରେ ଶିକରପାଇରେ ରଥ ପରିକ୍ରମା କରି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଶହୀଦ ଲଖଣ ନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ । ସ୍ୱାଧୀନତା ସଂଗ୍ରାମୀ ଓ ଶିକରପାଇ ବିଦ୍ୟାଳୟ, ବୁଡ଼ାଗୁଡା ସେବାଶ୍ରମ, ବୁଡ଼ାଗୁଡା, କୃଷ୍ଣପାତ୍ରଗୁଡା, ଡବ୍ଲ୍ୟୁଇଓ ଚନ୍ଦନ ଦାସ ବାଙ୍ଗାରି ନେତୃତ୍ୱରେ ଶିରିପୁର ଉଚ୍ଚ ବିଦ୍ୟାଳୟରେ ରଥକୁ ସ୍ୱାଗତ କରିବା ପରେ ବିନିଶପୁର ଶହୀଦ ପୀଠରେ ସହିଦଙ୍କୁ ପୁଷ୍ପମାଲ୍ୟ ଦେଇ କଲ୍ୟାଣସିଂହପୁର ସଦରରେ ସ୍ୱାଗତ କରି ଗ୍ରାମ ପରିକ୍ରମା କରାଯିବ ବୋଲି ଆଲୋଚନା କରିଥିଲେ ।ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା, ଅଙ୍ଗନବାଡି କର୍ମୀ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଜନସାଧାରଣ ପ୍ରମୁଖ ଉପସ୍ଥିତ ରହି ଅହିଂସା ରଥକୁ ସ୍ୱାଗତ କରାଯିବ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ।ଏଥିରେ ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ଡ୍ରାଇଭର ସଂଘ, ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ, ଦେବଗିରି ମହାବିଦ୍ୟାଳୟ ର ଅଧ୍ୟକ୍ଷ, ଆଇ ସି ଡି ଏସ,ଅଗ୍ନିଶମ ,ବଣିକ ସଂଘ, ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.