କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଡାକବଙ୍ଗଳା ଠାରେ ଦୁଇ ବାଇକ ମୁହା ମୁହି ଧ୍ଵକ୍କାରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି ।ସୂଚନା ଅନୁଯାୟୀ ପାରସାଲି ପଞ୍ଚାୟତର ଗୁମା ଗାଁ ର ତିନିଜଣ ସିକକା ମିଶ୍ର , ଓ କାଡ୍ରାକା ମୁକୁଲି ସହ କର୍ଷିକା ପିଣ୍ଟୁ, ଗୋଟିଏ ବାଇକରେ ସ୍ଥାନୀୟ ପେଟ୍ରୋଲବାଙ୍କ କୁ ତେଲ ପକାଇବାପାଇଁ ଯାଉଥିବା ବେଳେ ବିପରୀତ ଦିଗରୁ ବାଙ୍କରୁ ଗାଡ଼ିରେ ତେଲ ପକାଇ ପ୍ରେପକା ଶ୍ରୀକାନ୍ତ ଓ ବିଜୟ କାଡ୍ରାକା ଦେବଗିରି ନୂଆସାହିକୁ ଆସୁଥିବା ବେଳେ ବଙ୍ଗଳା ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା ।ଯାହାଫଳରେ ସମସ୍ତେ ଫିଙ୍ଗି ହୋଇଥିଲେ ।ଏହାକୁ କିଛି ଲୋକ ଦେଖି ସଙ୍ଗେ ସଙ୍ଗେ ୧୦୮ ଗାଡିକୁ ଯୋଗାଯୋଗ କରି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।ଏଠାରେ ଡାକ୍ତର ଶୋଭାଗ୍ୟ ଭୂଇଁ ପ୍ରାଥମିକ ଚିକିତ୍ସା କରିବା ପରେ ଗୁରୁତର ଦୁଇ କର୍ଷିକା ପିଣ୍ଟୁ ଓ ବିଜୟ କାଡ୍ରାକା ଙ୍କୁ ଜିଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେଇଛି ।ଅନ୍ୟ ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ିଦେଇଛନ୍ତି ।ଘଟଣା ସ୍ଥଳରେ ପୁଲିସଏସ ଆଇ ସଞ୍ଜୟ କୁମାର ମୁର୍ମୁ ପହଞ୍ଚି ତଦନ୍ତ ଚଳାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post