ଓଡ଼ିଶା ଆଦର୍ଶ ବିଦ୍ୟାଳୟ କଲ୍ୟାଣସିଂହପୁର ଠାରେ ହିନ୍ଦୀ ଦିବସ ପାଳିତ।

0

ପ୍ରଦୀପ ଦଲାଇ ଙ୍କ ରିପୋର୍ଟ/ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଓଡ଼ିଶା ଆର୍ଦଶ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳନ ହୋଇଯାଇଅଛି। ବିଦ୍ୟାଳୟର ଅଧ୍ୟକ୍ଷ ସଙ୍ଗୀତ ପଲକ ମୁଖ୍ୟ ଅତିଥି ଭାବେ ରହି ଦୀପ ପ୍ରଜ୍ବଳନ କରିବା ସହ ହିନ୍ଦୀ ଭାଷାର ମହତ୍ତ୍ଵ ବିଷୟରେ ବର୍ଣ୍ଣନା କରିଥିଲେ। ପୂର୍ବତନ ଭାରାପ୍ରାପ୍ତ ଅଧ୍ୟକ୍ଷା ସରୀତାରାଣୀ ସାହୁ ହିନ୍ଦୀ ଦିବସ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ। ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ପ୍ରିୟରଞ୍ଜନ ଭାରତୀ ସଭା ପରିଚାଳନା କରିବା ସହ ମନୁଷ୍ୟ ଜୀବନରେ ହିନ୍ଦୀ ଭାଷାର ଆବଶ୍ୟକତା ବିଷୟରେ ବୁଝାଇଥିଲେ। ଶେଷରେ ପିଲାମାନଙ୍କୁ ନେଇ ହିନ୍ଦୀ ଭାଷାରେ ପ୍ରତିଯୋଗିତା କରାଯାଇଥିଲା ।ଏଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଶିକ୍ଷକ ଆଲୋକ ପଟ୍ଟନାୟକ ଶେଷରେ ଧନ୍ୟବାଦ ଅର୍ପଣ କରି ସଭା ସଙ୍ଗ କରିଥିଲେ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅପର୍ଣ୍ଣା ଦେ,ଶିକି ବେହେରା,ବିଜୟ ପତ୍ରି, ପ୍ରହଲ୍ଲାଦ ମହାକୁଡ଼, ଲକ୍ଷ୍ମୀ ଭୂପତି, ଅଶୋକ ପଧାନ,ଜୟସୂର୍ଯା ଶୁଭସିଂହ, ଶିବନାରାୟଣ ବରିହା,ସୁଧିର ପ୍ରତାପ ସାହୁ, ଯଶୋବନ୍ତ ପ୍ରଧାନ, ପ୍ରକାଶ ଭୂଇ, ମଧୁସୂଦନ ପୁରୋହିତ, ଆଲୋକ ପ୍ରଧାନ ଆଦି ସହଯୋଗ କରିଥିଲେ।

Leave A Reply

Your email address will not be published.