କଲ୍ୟାଣସିଂହ ପୁର/ପ୍ରଦୀପ ଦଲାଇ ଙ୍କ ରିପୋର୍ଟ: ରାୟଗଡା ଜିଲ୍ଲାର କଲ୍ୟାଣସିଂହ ପୁର ବ୍ଲକ ଅଧିନସ୍ତ ବ୍ଲକ କନଫରେନ୍ସ ହଲ୍ ଠାରେ ଆଇ.ଟି.ସି. ମିଶନ ସୁନେହରା କଲ୍ ପ୍ରକଳ୍ପ ଏବଂ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇ.ଟି.ଡ଼ି.ଏ.) ମିଶନ ଜୀବିକାର ମିଳିତ ଆନୁକୂଲ୍ୟରେ ସ୍ବେଛାସେବୀ ସଂଗଠନ ମାନବ ଅଧିକାରୀ ସେବା ସମିତି (ମାସ୍) ପକ୍ଷରୁ ଏକ ଦିବସୀୟ କର୍ମଶାଳା ଓ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆଦିବାସୀ ଅଧ୍ୟୁଷିତ କଲ୍ୟାସିଂହପୁର ଏବଂ କାଶିପୁର ବ୍ଲକର ୩୬ ଗୋଟି ଗ୍ରାମରୁ ମୋଟ ୬୦ ଜଣ ଅଗ୍ରଣୀ ଚାଷୀ ଅଂଶ ଗ୍ରହଣ କରିଥିଲେ । ଏହି ତାଲିମ ଶିବିରର ମୂଳ ଉଦ୍ଦେଶ୍ୟ ପନିପରିବା ପସଲରେ କିଭଳି ବୈଜ୍ଞାନିକ କୃଷି ପଦ୍ଧତି ଅବଲମ୍ବନ କରି ଉତ୍ପାଦନରେ ଅଭିବୃଦ୍ଧି ହେବ ଏବଂ ନିଜର ଜୀବିକାକୁ ସ୍ୱାବଲମ୍ବୀ କରିପାରିବେ, ତାହା ନେଇ ତାଲିମ ପ୍ରଦାନ କରା ଯାଇଥିଲା । ଏହି ଶିବିରରେ ଜିଲ୍ଲା ସଂଯୋଜକ ଶ୍ରୀ ସୁଦୀପ କୁମାର ସାହୁ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ସବିଶେଷ ବିବରଣୀ ପ୍ରଦାନ କରି ଆଗାମୀ ଦିନରେ କିପରି ଗ୍ରାମ୍ୟ ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟ ତ୍ୱରାନ୍ୱିତ କର।ଯିବ ସେ ନେଇ ମତ ପ୍ରକାଶ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କଲ୍ୟାସିଂହପୁର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ତାପସ ଭୋଇ, କୃଷି ବିଜ୍ଞାନ କେନ୍ଦ୍ରର ପ୍ରଶିକ୍ଷିକା ବୈଜ୍ଞାନିକ ଶ୍ରୀମତୀ ସ୍ଵର୍ଣ୍ଣ ସାଗରିକା ବେହେରା, ଆଇ.ଟି.ଡ଼ି.ଏ. ପ୍ରକଳ୍ପ ମ୍ୟାନେଜର ଶ୍ରୀଯୁକ୍ତ ବିଦ୍ୟୁତ ପାତ୍ର, ହର୍ଷା ଟ୍ରଷ୍ଟ ଏବଂ ସି. ୟାଇ.ସ୍. ଡ଼ି ସ୍ୱେଛାସେବୀ ସଂସ୍ଥାର କର୍ମକର୍ତ୍ତା ଯୋଗ ଦେଇଥିଲେ । ଏଥିରେ ଗୋଷ୍ଠୀ ସଂଯୋଜକ ଶ୍ରୀ ନିରଞ୍ଜନ ସାହୁ, ଶ୍ରୀ ଆଲବିଶ କୁମାର ମାଳି ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପାଦନରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.