କଲ୍ୟାଣସିଂହପୁର/ପ୍ରଦୀପ ଦଲାଇ-ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ଗ୍ରାମର ଭୈରବୀ ମନ୍ଦୀର ଠାରେ ବାଲି ଯାତ୍ରା ପାଇଁ ବିଶେଷ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇ ଯାଇଛି। ମା ଭୈରବୀ ପୂଜା କମିଟି ସିକରପାଇ ପକ୍ଷରୁ ଆୟୋଜିତ ଏହି ବାଲିଯାତ୍ରା ଚଳିତ ମାସ ୧୧ ରୁ ୨୩ ପର୍ଯ୍ୟନ୍ତ ଚାଲୁ ରହି ଶେଷ ୨୩ ତାରିଖ ଦିନ ଉଦ୍ଜାପନୀ ହେବ। ପୂର୍ବ ପୁରୁଷ ରୁ ହେଉଥିବା ଏହି ବାଲିଯାତ୍ରା ରେ ଲୋକ ଙ୍କ ମନ ମାନସିକ ପୂର୍ଣ୍ଣ ହୁଏ ବୋଲି ବିଶ୍ଵାସ ରହିଛି ସେଥିପାଇଁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ଏଠି ଜମିବା ଦେଖିବାକୁ ମିଳେ। ଆଜିର ଏହି ବିଶେଷ ପୂଜାର୍ଚ୍ଚନା ରେ ସିକରପାଇ ଗ୍ରାମର ଗୌରୀ ଶଙ୍କର ନାୟକ, ଜାନି ସାହିର ଅର୍ଜୁନ କୁର୍ଶିକା , ସିଙ୍ଗି କୁର୍ଷିକା , ପୁରୋହିତ ବଳ ଭଦ୍ର ତ୍ରିପାଠୀ (ବାଲା ବାବୁ) ପୂଜାରୀ ରାଉତ ଗାଣ୍ଟା ବେଜୁଣୀ ପାଇକାଣି କରକରିଆ, କାମିନୀ ଗରଡିଆ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହିଥିଲେ।
Sign in
Sign in
Recover your password.
A password will be e-mailed to you.