ଜେକେ ଟାୟାର ପକ୍ଷରୁ ନୂଆ “ଜେଟଷ୍ଟିଲ ଜେଡିଏଚ୍ ଏକ୍ସଏମ୍’ ଓ “ଜେଟୱେ ଜେୟୁସି ଏକ୍ସଏମ୍’ର ଉନ୍ମୋଚନ ସହ ଓଡ଼ିଶାରେ ଏହାର କମର୍ସିଆଲ୍ ଯାନ ପୋର୍ଟଫୋଲିଓର ସୁଦୃଢ଼ୀକରଣ

0

ଏହି ନୂଆ ଟାୟାରରେ ରହିଛି ଉନ୍ନତ ପ୍ରଯୁକ୍ତି, ଅଧିକ ଦୀର୍ଘସ୍ଥାୟୀ ଓ ଉତମ ଇନ୍ଧନ ମିତବ୍ୟୟିତା ପ୍ରଦାନ କରୁଛି

ଭୁବନେଶ୍ୱର: ଭାରତର ପ୍ରମୁଖ ଟାୟାର କଂପାନି ତଥା ଟ୍ରକ୍ ଓ ବସ୍ ରାଡିଆଲ୍ ଟାୟାର କ୍ଷେତ୍ରର ଅଗ୍ରଣୀ ସଂସ୍ଥା ଜେକେ ଟାୟାର ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଆଜି ଓଡ଼ିଶାରେ ଦୁଇ ନୂଆ କମର୍ସିଆଲ୍ ଯାନ ଟାୟାର “ଜେଟଷ୍ଟିଲ ଜେଡିଏଚ୍ ଏକ୍ସଏମ୍’ ଓ “ଜେଟୱେ ଜେୟୁସି ଏକ୍ସଏମ୍’ କୁ ଉନ୍ମୋଚନ କରାଯାଇଛି । ଗ୍ରାହକମାନଙ୍କ ଉଦୀୟମାନ ଆବଶ୍ୟକତା ପୂରଣ କରିବା ଲାଗି ବଜାରକୁ ସଦ୍ୟତମ ଉତ୍ପାଦ ଆଣିବାର ପ୍ରତିବଦ୍ଧତା ଅନୁସାରେ ଏହି ନୂଆ ଉତ୍ପାଦ ଉନ୍ମୋଚନ କରାଯାଇଛି ।
ବଜାରରେ ଅଲ୍-ହ୍ୱିଲ୍ ଫିଟ୍ମେଂଟ୍ ଟୟାରର ବୃଦ୍ଧି ପାଉଥିବା ଚାହିଦାକୁ ପୂରଣ କରିବା ସହ ଦୀର୍ଘସ୍ଥାୟୀ ଟାୟାର ଜୀବନକୁ ନେଇ ଗ୍ରାହକମାନଙ୍କ ରହିଥିବା ଅଭିଳାଷକୁ ପୂରଣ କରିବା ଲାଗି କଂପାନି ପକ୍ଷରୁ ପରବର୍ତୀ ପିଢ଼ିର ସେମି ଲଗ୍ ଟାୟାର ଜେଟ୍ୱେ ଜେୟୁସି ଏକ୍ସଏମ୍କୁ ଉନ୍ମୋଚନ କରାଯାଇଛି । ଇଭେନ୍-ଓୟାର ଚରିତ୍ର ଥିବା ଜେଟୱେ ଜେୟୁସି ଏକ୍ସଏମକୁ ଏକ ପ୍ରିମିୟମ୍ ଟାୟାର ଜୀବନ ପ୍ରଦାନ କରିବା ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ଯାହା ଉତମ ଇନ୍ଧନ ମିତବ୍ୟୟିତାକୁ ନିଶ୍ଚିତ କରିବ, ତେଣୁ ଟ୍ରକ୍ ମାଲିକଙ୍କ ମାଲିକାନା ଖର୍ଚ ହ୍ରାସ ପାଇବ ।
ଜେୟୁସି ଏକ୍ସଏମ୍ ଟାୟାର ବ୍ୟତୀତ କଂପାନି ପକ୍ଷରୁ ଜେଟଷ୍ଟିଲ ଜେଡିଏଚ୍ ଏକ୍ସଏମ୍ କୁ ମଧ୍ୟ ଉପସ୍ଥାପନ କରାଯାଇଛି ଯାହା ଦେଶର ଲମ୍ବା ଦୂର ଯାତ୍ରା କରୁଥିବା ଗାଡ଼ିର ଆବଶ୍ୟକତା ପୂରଣ କରିବ । ଜେଡିଏଚ୍ ଏକ୍ସଏମ୍ ସହିତ ଏହାର ସ୍ୱତନ୍ତ୍ର ଟ୍ରେଡ୍ ମିଶ୍ରଣ ଓ ହାଇ-ଟ୍ରେଡ୍ ଗଭୀରତା ସହ ଏଭଳି ଭାବେ ପ୍ରସ୍ତୁତ ହୋଇଛି ଯାହା ଦୀର୍ଘ ଟାୟାର ଜୀବନ ପ୍ରଦାନ କରିବ । କ୍ଷେତ୍ରର ପ୍ରଥମ “ଜେଟ୍-ଓସିଟି’ ପ୍ରଯୁକ୍ତି ବ୍ୟବହାର କରାଯାଇଛି ଏହି ଟାୟାର ହାଇ କେସିଂ ଦୃଢ଼ତା ପ୍ରଦାନ କରିବାକୁ ସକ୍ଷମ ଯାହାର ଫଳ ସ୍ୱରୂପ ଉଚ୍ଚରିଟ୍ରେଡେବିଲିଟି ମିଳିପାରିବ ।
ଏହି ଉନ୍ମୋଚନ ଅବସରରେ ଜେକେ ଟାୟାର ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ସଭାପତି (ଭାରତ) ଶ୍ରୀଯୁକ୍ତ ଅନୁଜ କାଠୁରିଆ କହିଛନ୍ତି ଯେ, “କଂପାନିର ଅଭିବୃଦ୍ଧି ଓ ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଓଡ଼ିଶା ହେଉଛି ଜେକେ ଟାୟାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର । ବଜାର କାର୍ଯ୍ୟକଳାପ ବୃଦ୍ଧି ପାଇବା ଓ ବଜାର ଚାହିଦା ବଢ଼ୁଥିବାରୁ ଏହାର ଗ୍ରାହକମାନଙ୍କୁ ସମର୍ଥନ ପ୍ରଦାନ କରିବା ଲାଗି କଂପାନି ନୂଆ ଉତ୍ପାଦ ଆଣୁଛି ଓ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଉଛି । ଟ୍ରକ୍ ମାଲିକ ଓ ଚାଳକମାନଙ୍କ ଦୈନଦୀନ ଆହ୍ୱାନ ଓ ଚାହିଦାଗୁଡ଼ିକୁ ପୂରଣ କରିବା ଲାଗି ଉଭୟ ନୂଆ ଟାୟାରକୁ ପ୍ରସ୍ତୁତ ଓ ବିକାଶ କରାଯାଇଛି । ଉନ୍ନତ ପ୍ରଯୁକ୍ତି ବିକାଶର ଅଗ୍ରଦୂତ ହୋଇଥିବାରୁ ଆମେ ଉକ୍ରର୍ଷତା ପାଇଁ ପ୍ରତିବଦ୍ଧ ଓ ଏଭଳି ଉତ୍ପାଦ ଆଣୁଛୁ ଯାହା ଶ୍ରେଷ୍ଠ ଶ୍ରେଣୀର ଓ ସମୟଠାରୁ ଆଗରେ ରହିଛି । ଆମର ବିଶ୍ୱାସ ରହିଛି ଯେ ଆମର ନୂଆ ଉତ୍ପାଦ ଏହି ଅଂଚଳରେ ଆମର ସ୍ଥିତିକୁ ଆହୁରି ଦୃଢ଼ କରିବ ।’’
“ଆମର ଭୁପୃଷ୍ଠ ଖଣିରେ ପ୍ରୟୋଗ ପାଇଁ ଆମର ଜେଟ୍ ରକ୍ ଏକ୍ସଟ୍ରା ଓ ଜେଟ୍ ଏକ୍ସଟ୍ରା ଲୋଡ୍ ଏହି ଅଂଚଳରେ ବହୁତ ଭଲ ପ୍ରଦର୍ଶନ କରୁଛି ବୋଲି ସେ କହିଛନ୍ତି ।’’
ରାଡିଆଲ୍ ଟାୟାର ପୋର୍ଟଫୋଲିଓକୁ ସମ୍ପ୍ରସାରଣ କରି ଏହି ନୂଆ ଟାୟାରଗୁଡ଼ିକୁ ଟ୍ରକ ମାଲିକଙ୍କ ଆବଶ୍ୟକତା, ବିଭିନ୍ନ ସଡ଼କ ସ୍ଥିତି, ଟ୍ରକ୍ର ଲୋଡ୍ ଧାରଣ କ୍ଷମତା ଏବଂ ଉତମ ଇନ୍ଧନ ମିତବ୍ୟୟତାର ଆବଶ୍ୟକତା ସହିତ ଦୀର୍ଘସ୍ଥାୟିତ୍ୱ ଓ ସଡ଼କରେ ଆରାମ ଆଦକିୁ ନଜରରେ ରଖି ଜେକେ ଟାୟାରର ୍ନିଜସ୍ୱ ଆର୍ଆଣ୍ଡ୍ଡି ଟିମ୍ ଦ୍ୱାରା ନୂଆ ଟାୟାରଗୁଡ଼ିକୁ ପ୍ରସ୍ତୁତ ଓ ବିକାଶ କରାଯାଇଛି ।
ବର୍ତମାନର ଲୋଡ୍ ଓ ସଡ଼କ ସ୍ଥିତିକୁ ଗଭୀର ଭାବେ ବୁଝିପାରି, କଂପାନି ପକ୍ଷରୁ ଏଫ୍ଏମ୍ସିଜିି, ଇ-କମର୍ସ ସାମଗ୍ରୀ, ନଷ୍ଟହୋଇଯାଉଥିବା ସାମଗ୍ରୀ ଓ ଶିଳ୍ପ ସାମଗ୍ରୀର ବର୍ଦ୍ଧିତ ପରିବହନ ଯୋଗୁଁ କ୍ଷୟକ୍ଷତିର ମୁକାବିଲା କରିବା ଲାଗି ଏହି ଟାୟାରଗୁଡ଼ିକୁ ବିକଶିତ କରାଯାଇଛି ।

Leave A Reply

Your email address will not be published.