ଜଗତସିଂହପୁର/ସୁମନ୍ତ କୁମାର ଦାସ: ପ୍ରାକ୍ତନ ପ୍ରାଣୀ ପାଳନ ଓ ପ୍ରାଣୀ ସମ୍ପଦ ନିର୍ଦ୍ଦେଶକ ଡକ୍ଟର ଗୁରୁ ପ୍ରସାଦ ମହାନ୍ତିଙ୍କର କଟକସ୍ଥିତ ବାସଭବନରେ ଦେହାନ୍ତ ହୋଇ ଯାଇଛି। ତାଙ୍କ ବିୟୋଗରେ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରାଣୀ ଚିକିତ୍ସକ ତଥା କର୍ମକର୍ତ୍ତା ଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି। ଜଗତସିଂହପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ କାର୍ଯ୍ୟାଳୟ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରାଣୀସମ୍ପଦ ବିଭାଗର ପ୍ରାଣୀ ଚିକିତ୍ସକ ଓ କର୍ମକର୍ତ୍ତାଙ୍କ ଦ୍ଵାରା ସ୍ବର୍ଗତ ଡକ୍ଟର ଗୁରୁ ପ୍ରସାଦ ମହାନ୍ତି ଙ୍କ ଅମର ଆତ୍ମାର ସଦଗତି ଶୋକ ଦିବସ ପାଳନ କରାଯିବା ସହିତ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।
ଆମେରିକାରୁ ସାନପୁଅ ଇଂ. ଗୋପାଳ ମହାନ୍ତି କଟକରେ ପହଞ୍ଚିବା ପରେ ନିଜର ଜନ୍ମସ୍ଥାନ ଜଗତସିଂହପୁରସ୍ଥିତ ଆଳିପିଙ୍ଗଳ ଠାରେ ତାଙ୍କର ଅନ୍ତେଷ୍ଟିକ୍ରିୟା ଗଭୀର ଶୋକାକୁଳ ପରିବେଶରେ ସମାପନ ହୋଇଥିଲା। ସାନ ପୁଅ ଗୋପାଳ ପ୍ରସାଦ ମହାନ୍ତି ମୁଖାଗ୍ନି ପ୍ରଦାନ କରିଥିଲେ। ପୁତ୍ର ବଧୂ କ୍ରିଷ୍ଣା ମହାନ୍ତି, ବାଣୀ ପ୍ରସାଦ ମହାନ୍ତି, ବିରଜା ପ୍ରସାଦ ମହାନ୍ତି, ରୋଜା ମହାନ୍ତି, ଶିବାଜୀ ପାତ୍ର, ରାଜୁ ପାତ୍ର ଏବଂ ଆଳିପିଙ୍ଗଳର ଗ୍ରାମବାସୀବୃନ୍ଦ ଏ ସମୟରେ ଉପସ୍ଥିତ ଥିଲେ।ସ୍ବର୍ଗତ ମହାନ୍ତି ୧୯୩୮ ମସିହା ଅକ୍ଟୋବର ୧୮ ରେ ଆଳିପିଙ୍ଗଳରେ ଜନ୍ମଗ୍ରହଣ କରିଥିଲେ ଏବଂ ୮୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କର ଜୀବନକାଳ ମଧ୍ୟରେ ବହୁ ବିଜ୍ଞାନ ଧର୍ମୀ ପୁସ୍ତକ ରଚନା କରିଛନ୍ତି। ଉତ୍କଳ ସମ୍ମିଳନୀର ସଭାପତି ଭାବରେ ଦାୟିତ୍ବ ବହନକରି ଓଡ଼ିଆ ଭାଷା ସାହିତ୍ୟଉପରେ ଗୁରୁତ୍ୱାରୋପ କରିଥିଲେ।ତାଙ୍କର ଜୀବନ ବ୍ୟାପୀ ସାଧନା, ପ୍ରତିବଦ୍ଧତା ଓ ଅଙ୍ଗୀକାରତା ହେତୁ ସେ ବହୁ ପ୍ରଶଂସା, ସମ୍ମାନ ଓ ପରିଚୟ ସୃଷ୍ଟି କରି ପାରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
Next Post